fbpx

୪୮ ଘଣ୍ଟାରେ ୧୩୮ ଥର ବନ୍ଦ ହେଲା ଦୃଦସ୍ପନ୍ଦନ, Apple Watch ବଞ୍ଚାଇଦେଲା ଯୁବକଙ୍କ ଜୀବନ

ଆପଲ ୱାଚ୍ ସାହାଯ୍ୟରେ ଜଣେ ୟୁଜରଙ୍କ ଜୀବନ ବଞ୍ଚିଯାଇଛି । ଜଣେ ୟୁଜରଙ୍କ ହାର୍ଟରେ ବ୍ଲକେଜ୍ ଥିଲା, ଆଉ ଯାହାକୁ ସେ ଆପଲ ୱାଚରୁ ଜାଣିବାକୁ ପାଇଥିଲେ । ଫଳରେ ଠିକ୍ ସମୟରେ ଅପରେସନ କରିବା ପରେ ତାଙ୍କର ଜୀବନ ବଞ୍ଚିଯାଇଥିଲା ।

ଫିଟନେସ ହେଉ କିମ୍ବା ଫ୍ୟାସନ ସହ ଜଡ଼ିତ ଟ୍ରେଣ୍ଡ୍ ଯୋଗୁଁ ସ୍ମାର୍ଟୱାଚ୍ ଇତ୍ୟାଦି ପିନ୍ଧିବା ଏବେ ବଢ଼ିଛି । ଅବଶ୍ୟ ସମୟ ଦେଖିବା ଏବଂ ଫିଟନେସ୍ ସହ ଜଡ଼ିତ ତଥ୍ୟ ଦେଖିବା ବ୍ୟତୀତ ଏହି ସ୍ମାର୍ଟୱାଚ୍ ଜୀବନ ବି ବଞ୍ଚାଇପାରେ । ଏଭଳି ଏକ ନୂଆ ମାମଲା ଆପଲ ୱାଚ ସହ ଜଡ଼ିତ । ଯାହା ଯୋଗୁଁ ଲଣ୍ଡନରେ ଜଣେ ଯୁବକଙ୍କ ହାର୍ଟ ରୋଗର ଜଣାପଡ଼ିଥିଲା ଏବଂ ତାଙ୍କ ଜୀବନ ବଞ୍ଚାଇଯାଇପାରିଥିଲା । ଆପଲ ୱାଚରୁ ମିଳୁଥିବା ଇସିଜି ସେନ୍ସର ସାହାଯ୍ୟରେ ସମ୍ଭବ ହୋଇପାରିଛି ।

ଲଣ୍ଡନର ୫୪ ବର୍ଷୀୟ ଡେଭିଡି ଲାଷ୍ଟ୍ ଙ୍କ ସହ ଘଟିଛି ଏହି ଘଟଣା । ଯେଉଁଠାରେ ଆପଲ୍ ଘଣ୍ଟା ଦ୍ୱାରା ପଠାଇଯାଇଥିବା ଆଲର୍ଟରେ ଫଳରେ ଜାଣିପାରିଥିଲେ ଯେ ତାଙ୍କ ହାର୍ଟରେ ଅସୁବିଧା ଅଛି । ଯାହାପରେ ସେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ସେଠାରେ ତାଙ୍କର ଟେଷ୍ଟିଂ ପରିୟଡରେ ୪୮ ଘଣ୍ଟାରେ ୧୩୮ ଥର ହାର୍ଟ ବିଟ୍ ବନ୍ଦ ହୋଇଥିଲା । ଶେଷରେ ଡାକ୍ତର ତାଙ୍କର ହାର୍ଟ ଅପରେସନ କରିଥିଲେ ଏବଂ ତାଙ୍କର ଜୀବନ ବଞ୍ଚିଯାଇଛି ।

Get real time updates directly on you device, subscribe now.