ରାସନ କାର୍ଡ କଟିଥିଲେ ଆଉଥରେ କରନ୍ତୁ ଆବେଦନ, ସର୍ଭେ କରାଯାଇ ମିଳିବ କାର୍ଡ

ଭୁବନେଶ୍ୱର: ଇ-କେୱାଇସିରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ମନ୍ତ୍ରୀ । କହିଲେ ଏପରି ହୋଇଥିଲେ ଶୀଘ୍ର ଜଣାନ୍ତୁ ।

ଯେଉଁ ଗରିବଙ୍କର କାର୍ଡ କଟିଯାଇଛି ମୋତେ କୁହନ୍ତୁ ବୋଲି କହିଲେ ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି; ଆମେ ନୂଆ ଲୋକଙ୍କୁ ଦେବୁ । ଯଦି ଭୁଲରେ କଟିଯାଇଛି ତେବେ ଆଉଥରେ କାର୍ଡ ପାଇଁ ଆବେଦନ କରନ୍ତୁ ବୋଲି କହିଲେ ମନ୍ତ୍ରୀ ।

ଆଉଥରେ ଆବେଦନ କଲା ପରେ ସର୍ଭେ କରିକି କାର୍ଡ ଦିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି । ପାଖାପାଖି ୧ ଲକ୍ଷ ଲୋକଙ୍କ ରାସନ କାର୍ଡ କଟିଛି ।

ଇନକମ ଟ୍ୟାକ୍ସ ଦେଉଥିବା, ଭଲ ଚାକିରି କରିଥିବା ଲୋକଙ୍କ କାର୍ଡ କଟାଯାଇଛି ।