ନୂଆଦିଲ୍ଲୀ : ଆସନ୍ତା ୨୬ ରେ ଦିଲ୍ଲୀରେ ନୂତନ ମେୟର ନିର୍ବାଚିତ ହେବେ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ବିଦାୟୀ ମେୟର ଶୈଳୀ ଓବରୟ ୨୬ ଏପ୍ରିଲରେ ଏମସିଡି ମେୟର ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଆମ୍ ଆଦମୀ ପାର୍ଟି ଶୈଳୀ ଓବରୟ ୩୧ ମାର୍ଚ୍ଚରେ ମେୟର ଭାବରେ ତାଙ୍କର ୩୮ ଦିନିଆ କାର୍ଯ୍ୟକାଳ ସମାପ୍ତ କରିଛନ୍ତି। ଏପ୍ରିଲ ୩୦ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଆବଶ୍ୟକ ବୋଲି ପୂର୍ବତନ ମେୟର ଶୈଳୀ ଓବରୟ କହିଛନ୍ତି ।
ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଏମସିଡି ହାଉସରେ ପ୍ରବଳ ଉତ୍ତେଜନା ଯୋଗୁଁ ନିର୍ବାଚିତ ଅନୁଷ୍ଠିତ ହୋଇ ପାରିନଥିଲା । ବିଜେପି ଓ ଆପ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିରେ ଚତୁର୍ଥ ପ୍ରୟାସରେ ଶୈଳୀ ଓବରୟ ମେୟର ଚୟନ କରାଯାଇଥିଲା ।
ସୂଚନାଯୋଗ୍ୟ, ଦିଲ୍ଲୀରେ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ୪ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ଏବଂ ଫଳାଫଳ ୭ ଡିସେମ୍ବରରେ ଘୋଷଣା କରାଯାଇଥିଲା। ଆମ୍ ଆଦମୀ ପାର୍ଟି ୨୫୦ ଟି ସିଟ୍ ମଧ୍ୟରୁ ୧୩୪ ଟି ଆସନ ଜିତିଥିଲା । ବିଜେପି ୧୦୪ ଟି ଆସନ ଏବଂ କଂଗ୍ରେସ ୯ ଟି ଆସନ ଜିତିଛି।