fbpx

ମିଳିଲାନି ବେଲ୍ ,ଏବେ ଅର୍ଚ୍ଚନାଙ୍କ ଠିକଣା ଜେଲ

ଭୁବନେଶ୍ୱର: କିଛି ଦିନ ହେବ ସବୁ ଗଣମାଧ୍ୟମରେ ଖୁବ ପରିଚିତ ହୋଇଚାଲିଛନ୍ତି ଅର୍ଚ୍ଚନା ନାଗ । କଥାରେ ଅଛି ମନ୍ଦରି ତୋଳିରେ ନା, ରାସ୍ତାରେ… କଲେ ବି ନା । ଏହି ମହିଳା ଭଲ ନୁହେଁ ବରଂ ମନ୍ଦ କାମ କରି ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଠାରୁ କଥା ଏବେ ଜାତୀୟ ସ୍ତରରେ ମଧ୍ୟ ପହଞ୍ଚିଲାଣି । ସବୁଠାରେ ଓଡିଶା ଆଉ ଓଲିଉଡର ନାମ ବଦନାମ କରିବାରେ ଲାଗିଛନ୍ତି । ତେବେ ଲେଡି ବ୍ଲାକମେଲରଙ୍କ କାହାଣୀ ପଦାକୁ ବାହାରିଲା ପରେ ଏବେ ଜେଲରେ ସମୟ କାଟୁଛନ୍ତି ଅର୍ଚ୍ଚନା । ବେଲ ପାଇଁ ଆବେଦନ କରିଥିବା ବେଳେ ଆଜି ତାଙ୍କ ଜାମିନକୁ ନା ମଞ୍ଜୁର କରାଯାଇଛି ।ଶୁକ୍ରବାର ଦିନ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ ତାଙ୍କର ଏହି ଆବେଦନକୁ ନା ମଞ୍ଜୁର କରାଯାଇଛି । ଯାହାଫଳରେ ବେଲ ନୁହେଁ ଅର୍ଚ୍ଚନାଙ୍କୁ ଏବେ ଜେଲରେ ରହିବାକୁ ପଡିବ ।

ସୂଚନାମୁତାବକ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱର ଏସଡିଜେମ କୋର୍ଟରେ ଏହି ଶୁଣାଣି କରାଯାଇଛି ।

Get real time updates directly on you device, subscribe now.