fbpx

ସୌନ୍ଦର୍ଯ୍ୟରେ ବାଧକ ସାଜୁଛି କି Dark Circles ? କରନ୍ତୁ ନାହିଁ ଏଭଳି ଭୁଲ

Advertisement

ଓଡ଼ିଶା ଭାସ୍କର: ଜୀବନର ବ୍ୟସ୍ତତା ଭିତରେ ବ୍ୟକ୍ତିକୁ ଶାନ୍ତିରେ ବସିବା ପାଇଁ ବି ଫୁରସତ ନାହିଁ । ଅଫିସ୍ ଏବଂ ଘର କାମର ଚାପ ମଧ୍ୟରେ ଏକ ପ୍ରକାର ଚିନ୍ତାଗ୍ରସ୍ତ ରହିଥାନ୍ତି । ଏହା ତ୍ୱାଚାର ଚମକକୁ ହ୍ରାସ କରିଥାଏ । ବିଶେଷ କରି ମହିଳାମାନେ ଆଖି ତଳେ ଦେଖାଯାଉଥିବା ଡାର୍କ ସର୍କଲ୍ସ ପାଇଁ ବେଶି ଚିନ୍ତିତ ଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ କାରଣ ପାଇଁ ଡାର୍କ ସର୍କଲ୍ସ ହୋଇଥାଏ ।

୧. ଅନିଦ୍ରତା: ଅତ୍ୟାଧିକ କାମର ଚାପ କାରଣରୁ ବେଳେ ବେଳେ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି । ଏହା ଦ୍ୱାରା ଶରୀରରେ ଥକାପଣ ଅନୁଭବ ହୋଇଥାଏ ଏବଂ ଆଖି ତଳେ ଡାର୍କ ସର୍କଲ୍ସ ଦେଖାଯାଇଥାଏ ।

୨. ଏନିମିଆ: ଶରୀରରେ ଲୌହର ଅଭାବ ରକ୍ତହୀନତା (ଏନିମିଆ)ର ଲକ୍ଷଣ ଅଟେ । ଏହା ଦ୍ୱାରା ଶରୀରରେ ଅମ୍ଳଜାନର ଅଭାବ ଦେଖାଯାଏ ଯେଉଁଥିପାଇଁ ଡାର୍କ ସର୍କଲ୍ସ ଏବଂ ତ୍ୱଚାରେ ଭାଙ୍ଗ ପଡ଼ିଥାଏ ।

୩. ଧୂମପାନ:ଧୂମପାନ ଏବଂ ମଦ୍ୟପାନ କାରଣରୁ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ । ଏହା ଡାର୍କ ସର୍କଲ୍ସର ପ୍ରମୁଖ କାରଣ ଅଟେ ।

୪. ହର୍ମୋନରେ ପରିବର୍ତ୍ତନ: ବୟସ ବଢ଼ିବା ସହ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ ଦେଖାଦେଇଥାଏ । ଏହା ଡାର୍କ ସକଲ୍ସର ସମସ୍ୟାକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.