fbpx

ନୂଆ ନୂଆ Dating କରୁଛନ୍ତି କି ? ଝିଅଙ୍କୁ ଇମ୍ପ୍ରେସ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: କୌଣସି ସମ୍ପର୍କ ପ୍ରାରମ୍ଭରେ ବହୁତ ଏକ୍ସାଇଟିଂ ଲାଗିଥାଏ । ଯେପରି ନୂଆ ନୂଆ ଭଲପାଇବା ହେଲେ ଉଭୟ ପୁଅ ଓ ଝିଅ ଅନ୍ୟ ପାର୍ଟନରଙ୍କୁ ଇମ୍ପ୍ରେସ କରିବାରେ ଯଥାସମ୍ଭବ ପ୍ରୟାସ କରିଥାନ୍ତି । କିନ୍ତୁ ଏହି ଏକ୍ସାଇଟମେଣ୍ଟରେ ବେଳେ ବେଳେ ଆମେ ଏପରି ଭୁଲ କରିଥାଉ ଯେଉଁଥିପାଇଁ ପରେ ପସ୍ତାତାଇବାକୁ ପଡ଼ିଥାଏ । ଆଜିକାଲି ଡିଜିଟାଲ ଯୁଗଗରେ ସମ୍ପର୍କକୁ ଆଗକୁ ବଢ଼େଇବା ପାଇଁ ଚାଟିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ସମୟରେ ବିଶେଷ କରି ପୁଅଙ୍କୁ ଚାଟ୍ କରିବା ସମୟରେ ଯତ୍ନବାନ ହେବାକୁ ପଡ଼ିଥାଏ । ତେଣୁ ସମ୍ପର୍କକୁ ଆଗେଇବା ପାଇଁ ଏହି ସବୁ ଟିପ୍ସ ଆପଣାଇପାରିବେ ।

୧. Open ended ପ୍ରଶ୍ନ: ଆପଣ ତାଙ୍କୁ ଏଭଳି ପ୍ରଶ୍ନ ପଚାରନ୍ତୁ ଯାହାର ଉତ୍ତର ସେ ‘ହଁ’ କିମ୍ବା ‘ନାଁ’ରେ ଦେଇପାରିବ ନାହିଁ । ଏହା ଦ୍ୱାରା କଥାବାର୍ତ୍ତା କିମ୍ବା ଚାଟିଂ କରିବାରେ ଆଗ୍ରହ ବୃଦ୍ଧି ପାଇଥାଏ । ସେମାନଙ୍କ ପସନ୍ଦ ଅପସନ୍ଦ, ଆଉଟିଂରେ କେଉଁଠି ଯିବାକୁ ପସନ୍ଦ କରିଥାନ୍ତି, ଫ୍ରି ଟାଇମରେ କଣ କରନ୍ତି ଇତ୍ୟାଦି ଭଳି ପ୍ରଶ୍ନ ପଚାରନ୍ତୁ । ନିଜ ପସନ୍ଦ ବିଷୟରେ ମଧ୍ୟ କହିପାରିବେ ।

୨. ପୂର୍ବ କଥା ମନେ ରଖିବା: ପ୍ରାୟ ଝିଅମାନେ ସେହି ପୁଅଙ୍କୁ ପସନ୍ଦ କରିଥାନ୍ତି ସମ୍ପର୍କ ପ୍ରାରମ୍ଭରେ ହୋଇଥିବା କଥାବାର୍ତ୍ତାକୁ ମନେ ରଖିଥାନ୍ତି । ଏହାର ଅର୍ଥ ଯେ ଆପଣ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣିଥାନ୍ତି । କିନ୍ତୁ ଏହାର ଅର୍ଥ ନୁହେଁକି ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାକୁ ବାରମ୍ବାର ମନେ ପକାଇବା ।

୩. ଇଣ୍ଟରେଷ୍ଟିଂ କଥା: ଝିଅମାନଙ୍କୁ ଇମ୍ପ୍ରେସ୍ କରିବା ପାଇଁ ପୁଅମାନେ ଅଧିକାଂଶ ସମୟରେ ପବନ କଥା କହିଥାନ୍ତି । ଗୋଟିଏ ସମୟ ପରେ କିନ୍ତୁ ଏହାର ପ୍ରଭାବ ଶେଷ ହୋଇଯାଏ । ଝିଅମାନେ ଷ୍ଟ୍ରେଟ୍ ଫରୱାର୍ଡ଼ ପୁଅଙ୍କୁ ଅଧିକ ପସନ୍ଦ କରିଥାନ୍ତି । ନିଜ ଲାଇଫ୍ ସହ ଜଡ଼ିତ ଇଣ୍ଟେରେଷ୍ଟିଂ ଘଟଣା, ସ୍କୁଲ ଓ କଲେଜର ଦିନ, ଫ୍ୟାମିଲି ଟୁର୍ ଇତ୍ୟାଦି ପ୍ରସଙ୍ଗକୁ ନେଇ କଥା ହୋଇପାରିବେ । ଅଧିକାଂଶ ଝିଅଙ୍କୁ ପୁଅଙ୍କ ସେନ୍ସ୍ ଅଫ୍ ହ୍ୟୁମର ପସନ୍ଦ ଆସିଥାଏ । ମୁଡ୍ ଅଫ୍ ଥିଲେ ସେମାନଙ୍କୁ ହସାଇ ପାରୁଥିବା ପୁଅ ସେମାନଙ୍କୁ ପସନ୍ଦ ।

୪. ଲାଇଫ୍ ଗୋଲ୍ସ: ଝିଅମାନଙ୍କ ଲାଇଫ୍ ଗୋଲ୍ସ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ । ସେମାନେ ନିଜ କାରିୟରେ କ’ଣ କରିବାକୁ ଚାହୁଁଛନ୍ତି, ଏଥିପାଇଁ କ’ଣ ଯୋଜନା କରିଛନ୍ତି ଇତ୍ୟାଦି ବିଷୟରେ ପଚାରି ବୁଝନ୍ତୁ । ଏହା ଦ୍ୱାରା ସେମାନଙ୍କୁ ବୁଝିବା ସହଜ ହୋଇଥାଏ ।

୫. ଅଡିଓ ଏବଂ ଭିଡିଓ ମେସେଜ୍‌: ସବୁବେଳେ ଟେକ୍ସଟ୍ ମେସେଜ କରୁଥିଲେ ଚାଟିଂ ବୋରିଂ ଅନୁଭବ ହୁଏ । ତେଣୁ ବେଳେ ବେଳେ ଅଡିଓ କିମ୍ବା ଭିଡିଓ ମେସେଜ୍‌/ କଲିଂ କଥାବାର୍ତ୍ତାକୁ ଇଣ୍ଟରେଷ୍ଟିଂ କରିଥାଏ । ଏହା ଦ୍ୱାରା ଆପଣ ଯେତେ ଦୂରରେ ଥିଲେ ବି ସହଜରେ ପରସ୍ପର ସହ କନେକ୍ଟ ହୋଇପାରିବେ ।

 

Get real time updates directly on you device, subscribe now.