ଆପଣ ଖାଉଥିବା ମିଠା ନକଲି କ୍ଷୀରରୁ ତିଆରି ନୁହେଁ ତ? ଚିହ୍ନନ୍ତୁ ମାତ୍ର ୫ ସେକେଣ୍ଡରେ, ନଚେତ…

ନକଲି କ୍ଷୀରରୁ ତିଆରି ମିଠାକୁ ଚିହ୍ନନ୍ତୁ ମାତ୍ର ୫ ସେକେଣ୍ଡରେ

ଓଡିଶା ଭାସ୍କର: ଆଜିକାଲି ବଜାରରେ ନକଲି କ୍ଷୀର ଏବଂ ଏଥିରୁ ତିଆରି ମିଠା ଅଧିକ ମାତ୍ରାରେ ବିକ୍ରି ହେଉଛି। ଏହି ମିଠା ଦେଖିବାକୁ ଏବଂ ଖାଇବାକୁ ଯେତିକି ଭଲ ଲାଗିଥାଏ ଦେହ ପାଇଁ ସେତିକି କ୍ଷତିକାରକ ହୋଇଥାଏ। ନକଲି କ୍ଷୀରରେ ଡିଟରଜେଣ୍ଟ, ସିନ୍ଥେଟିକ୍ ଫ୍ୟାଟ୍ ଭଳି ଜିନିଷ ମିଶାଯାଏ, ଯାହା କିଡନୀ ଏବଂ ପାଚନ ତନ୍ତ୍ରକୁ କ୍ଷତି ପହଞ୍ଚାଇଥାଏ।

ତେବେ ଆସନ୍ତୁ ଜାଣିବା କିପରି ଆମେ ମାତ୍ର 5 ସେକେଣ୍ଡରେ ନକଲି କ୍ଷୀରରୁ ତିଆରି ମିଠାକୁ ସହଜରେ ଚିହ୍ନି ପାରିବା।

1 – ଗୋଟିଏ ଗ୍ଲାସ୍ ପାଣିରେ ମିଠାର ଏକ ଛୋଟ ଖଣ୍ଡ ପକାନ୍ତୁ। ଯଦି ଏହା ଶୀଘ୍ର ଦ୍ରବୀଭୂତ ହୁଏ କିମ୍ବା ଧଳା ରଙ୍ଗ ଛାଡ଼ିବାକୁ ଆରମ୍ଭ କରେ, ତେବେ ବୁଝନ୍ତୁ ଯେ ଏଥିରେ ସିନ୍ଥେଟିକ୍ ଫ୍ୟାଟ୍ ମିଶିଛି। ଅସଲି କ୍ଷୀରରୁ ତିଆରି ମିଠା ପାଣିରେ ସହଜରେ ଦ୍ରବୀଭୂତ ହୁଏ ନାହିଁ।

2 – ଯଦି ମିଠା ଅଧିକ ଧଳା ଦେଖାଯାଉଛି, ତେବେ ଏହା ନକଲି କ୍ଷୀରରୁ ତିଆରି। ଅସଲି କ୍ଷୀରରୁ ତିଆରି ମିଠାର ରଙ୍ଗ ହାଲୁକା କ୍ରିମ୍ ରଙ୍ଗ ଥାଏ, ଯେତେବେଳେ ନକଲି କ୍ଷୀରରେ ବ୍ଲିଚିଂ ଏଜେଣ୍ଟ ଥିବାରୁ ମିଠା ଅଧିକ ଧଳା ଦେଖାଯାଏ।

3 – ଡକ୍ଟର ଜମାଲ ଖାନଙ୍କ ଅନୁସାରେ, ନକଲି କ୍ଷୀରରୁ ତିଆରି ମିଠା ସାମାନ୍ୟ ରାସାୟନିକ ପଦାର୍ଥ କିମ୍ବା ସାବୁନ ପରି ଗନ୍ଧ ହୋଇଥାଏ। ଯଦି ମିଠାର ସ୍ୱାଦ କିଛି ଖରାପ ଲାଗେ ତେବେ ଏହାକୁ ଖାଆନ୍ତୁନି।

4 – ଯଦି ମିଠାକୁ ଟିକିଏ ଗର୍ମ କରିବା ଦ୍ୱାରା ମିଠାରୁ ଫେଣ ବାହାରୁଛି କିମ୍ବା ଖରାପ ଗନ୍ଧ ହେଉଛି ତେବେ ଏହା ନକଲି ହୋଇପାରେ।

5 – ପ୍ରକୃତ କ୍ଷୀରରୁ ତିଆରି ମିଠା 1 ରୁ 2 ଦିନ ମଧ୍ୟରେ ନଷ୍ଟ ହୋଇଯାଏ। ନକଲି ଖିରରେ ତିଆରି ମିଠା 4 ରୁ 5 ଦିନ ପର୍ଯ୍ୟନ୍ତ ସେମିତି ଦେଖାଯାଇଥାଏ।