ଓଡ଼ିଶା ଭାସ୍କର: ଜୀବନରେ ସଫଳତା ପାଇବାକୁ ହେଲେ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଅଧିକାଂଶ ସମୟରେ ଧୈର୍ଯ୍ୟହରା ହେତୁ ବ୍ୟକ୍ତି ଜୀବନରେ ଭୁଲ ନିଷ୍ପତ୍ତି ନେଇଥାଏ । ପରବର୍ତ୍ତୀ ସମୟରେ ତାକୁ ଅନୁତାପ କରିବାକୁ ପଡ଼ିଥାଏ । ଅଧିକାଂଶ ବ୍ୟକ୍ତି ଟିକେ ଟିକେ କଥାରେ କ୍ରୋଧିତ ହୋଇଯାଆନ୍ତି । ଏହା ସେମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହା ଆପଣଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ନିମ୍ନଲିଖିତ କିଛି ଟିପ୍ସ ଆପଣାଇ ଆମେ ଧୈର୍ଯ୍ୟ ସ୍ତରରେ ସୁଧାର ଆଣିପାରିବା ।
୧. ମେଡିଟେସନ୍: ଧୈର୍ଯ୍ୟ ସ୍ତରକୁ ବୃଦ୍ଧି କରିବା ପାଇଁ ମେଡିଟେସନ୍ ପ୍ରଭାବଶାଳୀ ହୋଇଥାଏ । ଏହା ଦ୍ୱାରା ମସ୍ତିଷ୍କ ଶାନ୍ତ ରୁହେ ଏବଂ କୌଣସି ନିଷ୍ପତ୍ତି ନେବା ସହଜ ହୋଇଥାଏ । ମେଡିଟେସନ୍ କରିବା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ ।
୨. ସୁନିଦ୍ରା: ଷ୍ଟ୍ରେସକୁ କମ୍ କରିବାରେ ସହାୟକ ହୋଇଥାଏ ସୁନିଦ୍ରା । ଏହା ଦ୍ୱାରା ଶରୀରର ଥକ୍କାପଣ ଦୂର ହେବା ସହ ମସ୍ତିଷ୍କ ଶାନ୍ତ ରହିଥାଏ । ସବୁବେଳେ ଛୋଟ ଛୋଟ କଥାକୁ ନେଇ ଚିନ୍ତା କଲେ ଶୀଘ୍ର କୋଧ ଆସିଥାଏ । ଫଳରେ ବ୍ୟକ୍ତି ଜଣଙ୍କ ଶୀଘ୍ର ଧୈର୍ଯ୍ୟହରା ହୋଇଥାନ୍ତି ଏବଂ ଏହାର ପ୍ରଭାବ ସେମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ।
୩. ସକାରାତ୍ମକ ଚିନ୍ତାଧାରା: ଅନେକ ସମୟରେ ବ୍ୟକ୍ତି ବହୁତ ପରିଶ୍ରମ କରିବା ପରେ ମଧ୍ୟ କୌଣସି ସଫଳତା ମିଳି ନଥାଏ । ଫଳରେ ସେମାନେ ନିରାଶ ହେବା ସହ ଧୈର୍ଯ୍ୟହରା ହୋଇଯାଆନ୍ତି । ଏଭଳି ସ୍ଥିତିରେ ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିଥାଏ ଯାହା ସେମାନଙ୍କ କ୍ରୋଧରେ ପ୍ରତିଫଳିତ ହୋଇଥାଏ । କାର୍ଯ୍ୟପ୍ରତି ସକାରାତ୍ମକ ଚିନ୍ତାଧାରା ଦ୍ୱାରା ବ୍ୟକ୍ତି ସଫଳତା ଦିଗକୁ ଅଗ୍ରସର କରିଥାଏ ।
୪. ଷ୍ଟେସ୍ ମ୍ୟାନେଜମେଣ୍ଟ: ଅଧିକାଂଶ ବ୍ୟକ୍ତି କାର୍ଯ୍ୟ ଚାପ ଯୋଗୁଁ ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି । ସେମାନଙ୍କ ମସ୍ତିଷ୍କ ସବୁବେଳେ ଅସ୍ଥିର ରହିଥାଏ । ଫଳରେ ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏମିତିରେ ସେମାନେ ଆହୁରି ଅଧିକ ଚିନ୍ତାଗ୍ରସ୍ତ ରହିଥାନ୍ତି ଯାହା ମାନସିକ ସ୍ୱାସ୍ଥ୍ୟ ଉପେର ପ୍ରଭାବ ପକାଇଥାଏ । ତେଣୁ ଯେତେଦୂର ସମ୍ଭବ ଚିନ୍ତା କରିବା ଠାରୁ ଦୂରେଇ ରୁହନ୍ତୁ ।