fbpx

Google Meet ରେ କରୁଛନ୍ତି କି ମିଟିଙ୍ଗ….ତେବେ ଜଣିନିଅନ୍ତୁ ଭିଡିଓ ଲକ କରିବାର ଉପାୟ

ଭୁବନେଶ୍ୱର : Google Meet ବ୍ୟବହାରକାରୀଙ୍କୁ ଅନେକ ଫିଚର୍ସ ଅଫର କରାଯାଏ । ଯାହାଫଳରେ ମିଟିଙ୍ଗ ଠିକ ଭାବରେ ହୋଇପାରିବ । ଏପରି ଏକ ଫିଚର ଅଛି, ଯାହା ମିଟିଙ୍ଗରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ଭିଡିଓକୁ ଲକ କରି ହେବ ।ଏହି ଫଚର ଦ୍ୱାରା ମିଟିଙ୍ଗ ହୋଷ୍ଟ କରିଥିବା ବ୍ୟକ୍ତିକୁ ଅଧିକ କଣ୍ଟ୍ରୋଲ ମିଳେ । ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ –
୧. ମିଟିଙ୍ଗର ହୋଷ୍ଟ ବା କୋ-ହୋଷ୍ଟ କ୍ୟାମେରାକୁ ଲକ କରିପାରିବେ । ଏହା ଦ୍ୱାରା ମିଟିଙ୍ଗରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ନିଜର ଭିଡିଓ କ୍ୟାମେରା ବ୍ୟବହାର କରିପାରିବେ ନାହିଁ । ଯେତେବେଳେ ହୋଷ୍ଟ ଦ୍ୱାରା କ୍ୟାମେରାକୁ ଅନଲକ କରାଯିବ, ସେତେବେଳେ ସବୁ ବ୍ୟକ୍ତି ନିଜର ଭିଡିଓ କ୍ୟାମେରାକୁ ମ୍ୟାନେଜ କରିପାରିବେ ।
୨. ଏହି ଫିଚରକୁ ଅନ କରିବା ପରେ ବି ହୋଷ୍ଟ ବା କୋ-ହୋଷ୍ଟ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସେମାନେ ଆରାମରେ ଭିଡିଓ ଫୀଡକୁ ମ୍ୟାନେଜ କରି ପାରିବେ । କ୍ୟାମେରାକୁ ଲକ ସକ୍ଷମ କମ୍ପ୍ୟୁଟର ବା ଆଇଓଏସ ଡିଭାଇସ ମାଧ୍ୟମରେ କରାଯଅଇପାରିବ ।
୩. ଏହି ସେଟିଙ୍ଗ ମିଟିଙ୍ଗ ସହ ସଂଯୋଗ ଥିବା ସମସ୍ତ ଡିଭଅଇସରେ ଅଛି । ସୂଚାନା ମିଳିଛି ଯେ, ଯଦି କୌଣସି ବ୍ୟକ୍ତିର ଭିଡିଓ ଲକ ହୋଇଯିବ । ତେବେ ସେ ନିଜର ସ୍କିନକୁ ସେୟାର କରି ପାରିବ ନାହିଁ ।
୪. ଯଦି ଆପଣ ଭିଡିଓକୁ ବହୁ ମାତ୍ରାରେ ଲକ ଅନଲକ କରୁଛନ୍ତି, ତେବେ ଆପଣ ମିଟିଙ୍ଗରୁ କିଛି ସମୟ ପାଇଁ ଆପେ ଆପେ ଓହରି ଯାଇ ପାରନ୍ତି । ଆପଣ ଆପକୁ ଅପଡେଟ ନକରିବା ଦ୍ୱାରା ଏଭଳି ସମସ୍ୟାର ସମୁଖୀନ ହୋଇପାରନ୍ତି ।
୫. ଗୁଗଲ ମିଟରେ କଲ ସମୟରେ ଭିଡିଓକୁ ଲକ କରିବା ପାଇଁ ପ୍ରଥମେ ଆପଣଙ୍କୁ ମୋବାଇଲ ସ୍କିନର ଉପର ଭାଗକୁ ଯିବାକୁ ହେବ । ଏହା ପରେ ହୋଷ୍ଟ କଣ୍ଟ୍ରୋଲ ଉପରେ କ୍ଲିକ କରିବାକୁ ହେବ । ଏହା ପରେ ଏକ ପାଶ୍ୱର୍ ଖୋଲିବ, ଏହା ଦ୍ୱାରା ଆପଣ ମିଟିଙ୍ଗରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କ ଭିଡିଓକୁ ଲକ ଏବଂ ଅନ ଲକ କରି ପାରିବେ ।

Get real time updates directly on you device, subscribe now.