fbpx

Petrol ଭରିବା ବେଳେ ଏହି ଭୁଲ କରୁଛନ୍ତି କି? ଗାଡ଼ିର ଇଞ୍ଜିନ କରିଦିଏ ଖରାପ: ବାଇକ ରାଇଡର ଧ୍ୟାନ ଦିଅନ୍ତୁ

Advertisement

ଓଡ଼ିଶା ଭାସ୍କର: ବାଇକ ଚଳାଇବା ଏକ ସୁନ୍ଦର ଅନୁଭବ ହୋଇଥାଏ । କିନ୍ତୁ ଯଦି ଜଣେ ରାଇଡର ନିଜ ବାଇକର ଠିକ ଭାବରେ ଯତ୍ନ ନ ନିଅନ୍ତି, ତେବେ ଏହା ମହଙ୍ଗା ହୋଇପାରେ । ପେଟ୍ରୋଲ ଭରିବା ସମୟରେ କିଛିଟା ଛୋଟ ଭୁଲ ଆପଣଙ୍କ ବାଇକ ଖରାପ ପ୍ରଭାବ ପକାଇପାରେ । ଏହା ବାଇକକୁ ଖୁବ କ୍ଷତି କରାଇଥାଏ । ଏହିସବୁ ସାବଧାନତା ଅବଲମ୍ବନ କରି ଗାଡ଼ି ଚାଳକ ପେଟ୍ରୋଲ ଭରିବା ସମୟରେ ହେଉଥିବା ଭୁଲଗୁଡ଼ିକରୁ ବର୍ତ୍ତିପାରନ୍ତି । ଆପଣଙ୍କ ବାଇକକୁ ଅଧିକ ପର୍ଯ୍ୟନ୍ତ ଫିଟ୍ ରଖିପାରନ୍ତି ।

  • ଭୁଲ ପେଟ୍ରୋଲ: ନିଜ ବାଇକ ପାଇଁ ସବୁବେଳେ ସଠିକ ଅକ୍ଟନ ରେଟିଙ୍ଗ ଥିବା ପେଟ୍ରୋଲ ଭରନ୍ତୁ । କମ୍ ଅକ୍ଟନ୍ ରେଟିଙ୍ଗ ଥିବା ପେଟ୍ରୋଲ ଗାଡ଼ିର ଇଞ୍ଜିନକୁ କ୍ଷତି କରିପାରେ । ତେବେ ଅଧିକ ଅକ୍ଟନ ରେଟିଙ୍ଗ ଥିବା ପେଟ୍ରୋଲ ଆପଣଙ୍କୁ ଅଧିକ ଦାମରେ ମିଳିପାରିବ ।
  • ଟାଙ୍କି ଓଭରଫ୍ଲୋ କରିବା: କେବେ ଗାଡ଼ିର ଟାଙ୍କି ଏକଦମ୍ ଭର୍ତ୍ତି କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଟାଙ୍କିରେ କିଛି ଖାଲି ଜାଗା ରଖିବା ଉଚିତ । ଏହାଦ୍ୱାରା ଫେଟ୍ରୋଲ ପାଇଁ ବାଷ୍ପ ବାହାରି ପାରିବ ।
  • ଧୂମ୍ରପାନ କରିବା: ପେଟ୍ରୋଲ ପମ୍ପରେ କେବେ ଧୂମ୍ରପାନ କରନ୍ତୁ ନାହିଁ । ପେଟ୍ରୋଲ ଅତ୍ୟଧିକ ଜ୍ୱଳନଶୀଳ ହୋଇଥାଏ । ସାମାନ୍ୟ ନିଆଁ ଧୂଳା ମଧ୍ୟ ବିସ୍ଫୋରଣର କାରଣ ହୋଇପାରେ ।
  • ଫୋନରେ କଥା ହେବା: ପେଟ୍ରୋଲ ଭରିବା ସମୟରେ କେବେ ହେଁ ଫୋନରେ କଥା ହୁଅନ୍ତୁ ନାହିଁ । ଏହି ବିଚଳିତ କରିଥାଏ ଏବଂ ନିଆଁ ଲାଗିବାର ବିପଦ ସୃଷ୍ଟି କରିପାରେ ।
  • ଇଞ୍ଜିନ ଚାଲୁ ରଖିବା: ପେଟ୍ରୋଲ ଭରିବା ସମୟରେ ଭୁଲରେ ବି ବାଇକର ଇଞ୍ଜିନ ସବୁବେଳେ ବନ୍ଦ ରଖନ୍ତୁ । ଏହାଦ୍ୱାରା ନିଆଁ ଲାଗିବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ ।
  • ଅଳିଆ କରିବା: ପେଟ୍ରୋଲ ପମ୍ପରେ ଅଳିଆ-ଆବର୍ଜନା କରନ୍ତୁ ନାହିଁ । ଏହା ଟାଙ୍କିରେ ଯାଇ ଇଞ୍ଜିନକୁ ଖରାପ କରିପାରେ । ଏଥିପ୍ରତି ହୁସିୟାର ରହିବା ଉଚିତ୍ ।
  • ବ୍ୟସ୍ତ ହୁଅନ୍ତୁ ନାହିଁ: ପେଟ୍ରୋଲ ଭରିବା ସମୟରେ ଧୈର୍ଯ୍ୟ ରଖନ୍ତୁ ଏବଂ ବ୍ୟସ୍ତ ହୁଅନ୍ତୁ ନାହିଁ । ବ୍ୟସ୍ତତା ଭିତରେ ଭୁଲ ହୋଇପାରେ ଏବଂ ଏହା ଗାଡ଼ିକୁ କ୍ଷତି ପହଞ୍ଚାଇପାରେ ।

Get real time updates directly on you device, subscribe now.