fbpx

କାହିଁ ନକଲି ପନିର ତ ଖାଉନାହାନ୍ତି ଆପଣ? ଜାଣନ୍ତୁ କିପରି ଚିହ୍ନିବେ ଅସଲି-ନକଲି

ଓଡ଼ିଶା ଭାସ୍କର:ପନିର ତରକାରୀ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଆନ୍ତି । ଘରକୁ ଯେତେବେଳେ ବି ଅତିଥି ଆସିଥାନ୍ତି ସେମାନଙ୍କ ଲାଗି ପନିରରେ ଅଲଗା ଅଲଗା ଆଇଟମ୍ ତିଆରି ହୋଇଥାଏ । ପୁଷ୍ଟିସାର ମାମଲାରେ ବି ପନିର ଆଗରେ ରହିଛି । ଏଥିରେ ପ୍ରୋଟିନ୍‌, ଭିଟାମିନ୍ ଓ କ୍ୟାଲସିୟମ ଭରପୁର ମାତ୍ରାରେ ରହିଛି । କିନ୍ତୁ ଆପଣ କ’ଣ ଜାଣନ୍ତି କି ବଜାରରେ ନକଲି ପନିର ବି ବେଧଡକ ବିକ୍ରୀ ହେଉଛି ବୋଲି । ଯଦି ଆପଣ ଏହି ନକଲି ପନିର ଖାଇବେ ତେବେ ଏହା ଆପଣଙ୍କ ଲାଗି ଘାତକ ସାବ୍ୟସ୍ତ ହୋଇପାରେ । ଏପରି ସ୍ଥିତିରେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯେଉଁଥିରେ ନକଲି ଓ ଅସଲି ବେଶ୍ ଭଲ ଭାବରେ କରିପାରିବେ ।

୧-ଅସଲି ପନିର ନରମ ହୋଇଥାଏ ଓ ହାତରେ ରଗଡିବା ଦ୍ୱାରା ଗୁଣ୍ଡ ହୋଇଯାଏ । ଅନ୍ୟପକ୍ଷରେ ସିନ୍ଥେଟିକ୍ ପନିରକୁ ରଗଡିବା ସମୟରେ ଏହା ରବର ପରି ଲାଗିଥାଏ ।
୨-ଅସଲି ପନିରରୁ କ୍ଷୀର ପରି ବାସ୍ନା ଆସିଥାଏ । ନକଲି ପନିରରୁ କେମିକାଲ ବାସ୍ନା ଆସିଥାଏ ।
୩-ଅସଲି ପନିରକୁ ହାତରେ ଦାବିଲେ ଏଥିରେ ମଇଶ୍ଚର ଅନୁଭୂତ ହୋଇଥାଏ । କିନ୍ତୁ ନକଲି ପନିର ଶୁଖିଲା ଲାଗିଥାଏ ।
୪-ରାନ୍ଧିବା ସମୟରେ ନକଲି ପନିର ଭାଙ୍ଗିଯାଇପାରେ କିମ୍ବା ଏହାର ଆକୃତି ବଦଳି ଯାଇପାରେ । କିନ୍ତୁ ଅସଲି ପନିର ସହ ଏପରି ହୋଇ ନ ଥାଏ ।

Get real time updates directly on you device, subscribe now.