fbpx

ସ୍ମାର୍ଟଫୋନକୁ ଓଭର ଚାର୍ଜିଂ କରୁଛନ୍ତି କି ? ଆପଣଙ୍କ ୫ଟି ଭୁଲ ପାଇଁ ଶୀଘ୍ର ଖରାପ ହୋଇପାରେ ଫୋନ୍

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକଙ୍କ ହାତରେ ସ୍ମାର୍ଟଫୋନ । ଧିରେ ଧିରେ ଏହା ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଗଲାଣି । ସ୍ମାର୍ଟ ଫୋନ୍ ମାଧ୍ୟମରେ ଲୋକମାନେ ଆରାମରେ ଘରେ ବସି ଅଫିସିଆଲ କାମ ସହ ଅନଲାଇନ୍ ଶପିଂ କରିଥାନ୍ତି । କିନ୍ତୁ ଠିକ୍ ଭାବରେ ସ୍ମାର୍ଟଫୋନର ଯତ୍ନ ନେଲେ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଛି । ବେଳେ ବେଳେ ସ୍ମାର୍ଟଫୋନ ୟୁଜର ଛୋଟ ଛୋଟ ଭୁଲ ଯୋଗୁଁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏପରି କିଛି ଟିପ୍ସ ବିଷୟରେ ଯଦ୍ୱାରା ସ୍ମାର୍ଟଫୋନ୍ ଶୀଘ୍ର ଖରାପ ହେବ ନାହିଁ ।

୧. ସଫା କରିବା: ସବୁବେଳେ ସ୍ମାର୍ଟ ଫୋନର ସ୍ୱଚ୍ଛତାକୁ ଗୁରୁତ୍ୱ ଦିଅନ୍ତୁ । ଅଧିକ ଦିନ ପର୍ଯ୍ୟନ୍ତ ଧୂଳି ଜମି ରହିଲେ ଏହା ଶୀଘ୍ର ଖରାପ ହୋଇଥାଏ । ବେଳେ ବେଳେ ଦୋକାନ ଯାଇ ଫୋନର ଭିତର ଅଂଶ ବି ସଫା କରାଇବା ଉଚିତ । ଏହା ଦ୍ୱାରା ଫୋନର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ପାଣି ଠାରୁ ଯେତେ ଦୂର ସମ୍ଭବ ସ୍ମାର୍ଟଫୋନକୁ ଦୂରେଇ ରଖନ୍ତୁ ।

୨. ଅଦରକାରୀ ଆପ୍: ଅଧିକାଂଶ ବ୍ୟକ୍ତି ଫୋନରେ ଅଦରକାରୀ ଆପ୍ ଡାଉନଲୋଡ୍ କରିଥାନ୍ତି । ଏହା ବ୍ୟତୀତ ବାଏ ଡିଫଲ୍ଟ୍ ଫୋନରେ ବି କିଛି ଆପ୍ ଥାଏ ଯାହା ଆମେ କେବେ ବ୍ୟବହାର କରିନାହୁଁ । ତେଣୁ ତୁରନ୍ତ ଏଭଳି ଆପକୁ ଫୋନରୁ ଡିଲିଟ୍ କରନ୍ତୁ ।

୩. ଓଭର ଚାର୍ଜିଂ: ଫୋନକୁ ଓଭର ଚାର୍ଜିଂ କରିବା ଦ୍ୱାରା ବ୍ୟାଟେରୀ ଲାଇଫ୍ ପ୍ରଭାବିତ ହୋଇଥାଏ । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଫୋନ୍ ଖରାପ ହୋଇଥାଏ । ଏହା ବାଦ ସବୁବେଳେ ଆପଣ ବ୍ୟବହାର କରୁଥିବା ଫୋନର ଚାର୍ଜର ବ୍ୟତୀତ ଅନ୍ୟ କମ୍ପାନୀର ଚାର୍ଜର ବ୍ୟବହାର କରନ୍ତୁ ନାହିଁ ।

୪. ଅଧିକ ତାପମାତ୍ରା: ଫୋନକୁ ସବୁବେଳେ ଅଧିକ ତାପମାତ୍ରା ଥିବା ସ୍ଥାନ ଠାରୁ ଦୂରେଇ ରଖନ୍ତୁ । ନଚେତ୍ ସ୍ମାର୍ଟଫୋନ୍ ଓଭରହିଟ୍ ହେବା ଫଳରେ ଅଘଟଣ ହେବାର ସମ୍ଭାବନା ରହିଛି ।

୫. ଅପଡେଟ୍ ନ କରିବା: ବେଳେ ବେଳେ ସ୍ମାର୍ଟଫୋନକୁ ଅଧିକ ସମୟ ପର୍ଯ୍ୟନ୍ତ ଅପଡେଟ୍ ନକରିଲେ ଏହା ଫୋନକୁ ସ୍ଲୋ କରିଥାଏ ।

 

Get real time updates directly on you device, subscribe now.