fbpx

ଡିନର ପରେ ଶୋଇ ଯାଉଥିଲେ ହେଇପାରେ ଏମିତି ସମସ୍ୟା

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ରାତ୍ରିଭୋଜନ ପରେ ସଙ୍ଗେ ସଙ୍ଗେ ଶୋଇବାକୁ ଚାଲି ଯାଆନ୍ତି। ଏହା ସେମାନଙ୍କର ନିୟମିତ ଅଭ୍ୟାସ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ଏକ ଭଲ ଅଭ୍ୟାସ ନୁହେଁ। ଏହା କ୍ଷତିକାରକ। ଆସନ୍ତୁ ଜାଣିବା ଏଭଳି କରିଲେ,ଆମର କି କି କ୍ଷତି ହୋଇଥାଏ।

ପ୍ରଥମତଃ ରାତ୍ରିଭୋଜନ ପରେ ତୁରନ୍ତ ଶୋଇଲେ ଶରୀରର ଅତିରିକ୍ତ ଓଜନ ବଢ଼ିଥାଏ। ପେଟରେ ଚର୍ବି ବଢ଼ିବା ସହିତ ବଦହଜମିର ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଚିକିତ୍ସକମାନଙ୍କ ମତ ଅନୁଯାୟୀ, ଭୋଜନରୁ ଶୟନ ମଧ୍ୟରେ ଅତିକମ୍ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଆବଶ୍ୟକ। ଭୋଜନର ଦଶ ମିନିଟ୍ ପରେ ଅତିକମ୍ରେ ୧୦ରୁ ୧୫ ମିନିଟ୍ ଯାଏଁ ଚାଲିବା ଜରୁରୀ। ଖାଇସାରିବା ପରେ ପରେ ମଧ୍ୟ ତୁରନ୍ତ ଖଟରେ ଗଡ଼ିବା ଠିକ୍ ନୁହେଁ। ଖାଇବାପରେ କିଛି ସମୟ ବସନ୍ତୁ, ପୁଣି ତା’ ପରେ ଚାଲନ୍ତୁ। ପ୍ରକୃତରେ ରାତିରେ ଶରୀରର ମେଟାବଲିକ୍ ରେଟ୍ ଧିମା ହୋଇ ଯାଇଥାଏ।ଏହାଦ୍ୱାରା ଭୋଜନକୁ ହଜମ କରିବାପାଇଁ ଅଧିକ ସମୟ ଲାଗିଥାଏ। ଏଣୁ ରାତ୍ରି ଭୋଜନରେ ଉଚ୍ଚ କ୍ୟାଲୋରି,ଫ୍ୟାଟ୍ ଓ ମସଲାଯୁକ୍ତ ସେବନ ନ କରିବା ଆବଶ୍ୟକ।

Get real time updates directly on you device, subscribe now.