ଓଡ଼ିଶାଭାସ୍କର: ଆଜିକାଲି ଅଧିକାଂଶ ଯୁବପୀଢୀ ତମାଖୁ କବଳରେ। ତମାଖୁ ସେବନର କୁପ୍ରଭାବ ବିଷୟରେ ଜାଣିବା ପରେ ବି ତମାଖୁ ର୍ବଜନ କରିବାକୁ ପ୍ରସ୍ତୁତ ନାହାନ୍ତି ଲୋକମାନେ। ତମାଖୁ ସେବନ ଆମ ସ୍ୱାସ୍ଥ୍ୟକୁ କିଭଳି ପ୍ରଭାବିତ କରୁଛି ତାହାତ ସମସ୍ତଙ୍କୁ ଜଣା।
ତେବେ ନିକଟରେ ଏହାର କୁପ୍ରଭାବକୁ ନେଇ ଆଉ କିଛି ନୂତନ ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ସିଗାରଟେ ଟାଣିବାର ପ୍ରଭାବ କେବଳ ଯେ ଫୁସଫୁସ୍ ଉପରେ ପଡିଥାଏ ତା ନୁହେଁ ଏହା ଆପଣଙ୍କ ଚର୍ମ ଓ ମୁହଁକୁ ବି ଅନକେ ମାତ୍ରାରେ ପ୍ରଭାବିତ କରେ।
ବହୁଳ ମାତ୍ରାରେ ସିଗାରଟେ ଟାଣୁଥିବା ଲୋକ ଅପେକ୍ଷାକୃତ ବୟସ୍କ ଦେଖାଯିବାକୁ ଆରମ୍ଭ କରନ୍ତି। ୟୁନାଇଟେଡ୍ କିଙ୍ଗଡମର ବ୍ରିଷ୍ଟଲ ୟୁନିଭରସିଟିରୁ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ସିଗାରେଟ୍ ଟାଣିବା ଦ୍ୱାରା ଆପଣ ଖୁବଶୀଘ୍ର ବୁଢା ଦେଖାଯିବେ।
ଅତ୍ୟଧିକ ସିଗାରଟେ ଟାଣିବା ଦ୍ୱାରା ଫୁସଫୁସ ଦୂର୍ବଳ ହେବା ସହ ହାର୍ଟ ସମସ୍ୟା ହୋଇଥାଏ। ଏହାସହ ଟାଇପ ଟୁ ଡାଏବେଟିସ୍ ଓ ଦୃଷ୍ଟି ଶକ୍ତି ଦୂର୍ବଳ ହେବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।
ତେଣୁ ସିଗାରେଟ୍ ଠାରୁ ଦୂରେଇ ରହିଲେ ହିଁ ନିଜର ସ୍ୱାସ୍ଥ୍ୟକୁ ସୁରକ୍ଷିତ ଓ ଅଧିକ ଚମକପ୍ରଦ କରିପାରିବେ ଆପଣ। ଅନେକ ସମୟରେ ତମାଖୁ ଓ ସିଗାରେଟଠାରୁ ଦୂରେଇ ରହିବାକୁ ବହୁ ସଚେତନତା କରାଯାଉଛି। ତେଣୁ ଏ ସବୁ ପ୍ରତି ଯତ୍ନବାନ ହେଲେ ହିଁ ଆପଣ ଶରୀରକୁ ରୋଗମୁକ୍ତ ରଖିପାରିବେ।