fbpx

କାକୁଡି କିଣିବା ବେଳେ ପିତା ପଡୁଛି କି : ଜାଣି ନିଅନ୍ତୁ ଭଲ କାକୁଡି ବାଛିବାର ୫ଟି ଉପାୟ

ଭୁବନେଶ୍ୱର : ପ୍ରାୟତଃ ଲୋକମାନେ କାକୁଡି ଖାଇବାକୁ ଅଧିକ ପସନ୍ଦ କରନ୍ତି । ଗ୍ରୀଷ୍ମ ଦିନରେ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ କାକୁଡିକୁ ଉତ୍ତମ ବିକଳ୍ପ ବୋଲି ମନେ କରାଯାଏ । କିନ୍ତୁ ଅନେକ ସମୟରେ ସଚେତନତା ରଖି କାକୁଡି କିଣିବା ପରେ ମଧ୍ୟ ପିତା ଏବଂ ଭିତରୁ ଶୁଖିଲା ବାହାରିଥାଏ । ଏହି ଭଳୀ କାକୁଡି ଗୁଡିକ ସ୍ୱାଦହୀନ ଲାଗେ । ଏହି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ କିଛି ସହଜ ଉପାୟ ଅଛି, ଏହାକୁ ଗ୍ରହଣ କରିବା ଦ୍ୱାରା ଆପଣ ଠକାମୀର ଶିକାର ହେବେ ନାହିଁ । ଜାଣିନିଅନ୍ତୁ କଣ ରହିଛି ୫ଟି ଉପାୟ….

ଚୋପାକୁ ଦେଖି ଚିହ୍ନନ୍ତୁ : କାକୁଡି କିଣିବାବେଳେ ଆପଣଙ୍କୁ କାକୁଡିର ଚୋପା ପ୍ରତି ଧ୍ୟାନ ଦେବାକୁ ହେବ। କାକୁଡି ଚୋପା ଗାଢ ସବୁଜ ରଙ୍ଗର ହେବା ସହ କିଛି ସ୍ଥାନରେ ଚୋପା ଉପରେ ସାମାନ୍ୟ ହଳଦିଆ ଦେଖାଯିବା ଜରୁରୀ । ଏହିପରି କାକୁଡି ପିତା ହୋଇ ନଥାଏ ଏବଂ ଏହି ପ୍ରକାର କାକୁଡି ହାଇବ୍ରିଡ୍ ନୁହେଁ । ଏହା ଦେଶୀ ପ୍ରକାରର ଅଟେ, ଯାହା ଖାଇବା ବହୁତ ଭଲ ଲାଗେ ।

ଆକାରରେ ଧ୍ୟାନ ଦିଅନ୍ତୁ : ବଜାରରେ ବିଭିନ୍ନ ପ୍ରକାରର ଦେଶୀ ଏବଂ ହାଇବ୍ରିଡ୍ କାକୁଡି ମିଳେ । ସାଧାରଣତଃ, ହାଇବ୍ରିଡ୍ କାକୁଡି ଲମ୍ବା ଏବଂ ଚଉଡା ହୋଇଥିବାବେଳେ ଦେଶୀ କାକୁଡି ଛୋଟ ଏବଂ ପତଳା ହୋଇଥାଏ। ଏପରି ପରିସ୍ଥିତିରେ, ଛୋଟ ଆକାରର କାକୁଡି କିଣିବା ସବୁଠାରୁ ଭଲ ଅଟେ । ଏସବୁ ପିତା ହୋଇ ନଥାଏ ଏବଂ ଏଥିରେ ବେଶି ମଞ୍ଜି ମଧ୍ୟ ନଥାଏ ।

ନରମ କାକୁଡି କିଣନ୍ତୁ ନାହିଁ : ତାଜା କାକୁଡି କିଣିବା ପାଇଁ ଏହାକୁ ହାଲୁକା ଭାବେ ଚିପି ଦେଖନ୍ତୁ। ନରମ କାକୁଡିରେ ମଞ୍ଜିର ପରିମାଣ ବହୁତ ଅଧିକ ହୋଇପାରେ। ଏହା ବୁଢା ବି ହୋଇଯାଇଥାଏ। ସେଥିପାଇଁ କାକୁଡି କିଣିବାବେଳେ ଏହାକୁ ନିଜ ହାତରେ ଦବାନ୍ତୁ ଏବଂ ଟାଣ ଥିବା କାକୁଡି କିଣନ୍ତୁ ।

ପାଣିରେ ରଖାଯାଇଥିବା କାକୁଡି କିଣନ୍ତୁ ନାହିଁ : ଅନେକ ସମୟରେ ଆପଣ ଦେଖିଥିବେ ଯେ, ରାସ୍ତାରେ ବିକ୍ରି ହେଉଥିବା କାକୁଡିରେ ପାଣି ଛିଞ୍ଚାଯାଇଥାଏ । ଏପରି କାକୁଡି କିଣିବା ଠାରୁ ଦୂରେଇ ରହିବା ଉଚିତ। କାରଣ କାକୁଡିକୁ ସତେଜ ରଖିବା ପାଇଁ ଦୋକାନୀ ସେଗୁଡିକ ଉପରେ ଲଗାତାର ପାଣି ଛିଞ୍ଚିଥାଆନ୍ତି । ଏହି କାରଣରୁ, ସେଗୁଡିକ ସତେଜ ଦେଖାଯାଏ କିନ୍ତୁ ପାଣିରେ ଭିଜି ରହିଥିବା ଦ୍ୱାରା ସେଗୁଡିକର ସ୍ୱାଦ ବହୁତ ଖରାପ ହୋଇଯାଏ ।

ଅନ୍ୟାନ୍ୟ ଉପାୟ : କାକୁଡି କିଣିବାବେଳେ, ଏହା ମଧ୍ୟ ଧ୍ୟାନରଖନ୍ତୁ ଯେ, ଏହା ଯେପରି କଟା ଫଟା ହୋଇ ନଥିବ କି କୌଣସି ସ୍ଥାନରୁ ନଷ୍ଟ ହୋଇ ନଥିବ। ଏହା ଉପରେ ଯେପରି କୌଣସି ଧଳା ଧଳା ଗାର ପଡି ନଥିବ । କାରଣ ଏଭଳି କାକୁଡି ଗୁଡିକ ପିତା ହୋଇଥାଏ।

Get real time updates directly on you device, subscribe now.