fbpx

ମହିଳାଙ୍କୁ ନେଇ ଯୁକ୍ତି ଏବଂ ନିଷ୍ପତି ବେଳେ ହେବ ନାହିଁ ଅପସବ୍ଦ ବ୍ୟବହାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମହିଳାଙ୍କୁ ନେଇ ସୁପ୍ରିମ କୋର୍ଟ ଏକ ବଡ଼ ନିଷ୍ପତି ନେଇଛନ୍ତି । ମହିଳାଙ୍କୁ ନେଇ ଯଦି କୌଣସି ଆଇନ ଅନୁଯାଇ ଯୁକ୍ତି କିମ୍ବା ନିଷ୍ପତି ନିଆଯାଉଛି ସେହି ସମୟରେ ସେମାନଙ୍କ ପାଇଁ କିଛି ବି ଅପଶବ୍ଦ ବ୍ୟବହାର କରାଯିବ ନାହିଁ । ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦଚୁଡ଼ ନ୍ୟାୟର ନିଷ୍ପତିରେ ଲୋକ କଥା ବା ରୁଢି ଶେଷ କରିବା ପାଇଁ ଏବେ ହେଡବୁକ ଲଞ୍ଜ କରିଛନ୍ତି । ବିଚାରପତି ଏବଂ ଆଇନଗତ ଭାବକୁ ବୁଝାଇବା ପାଇଁ ଓ ମହିଳାଙ୍କୁ ନେଇ ଲୋକବାଣୀ ଶବ୍ଦ ବ୍ୟବହାରରୁ ଦୂରେଇ ରହିବା ପାଇଁ ‘ ଲୋକ ବାଣୀର ମୁକାବିଲା’ ପୁସ୍ତକ ଜାରି କରାଯାଇଛି । ଗତ ନିଷ୍ପତିରେ ମହିଳାଙ୍କ ପାଇଁ ବ୍ୟବହାର ହୋଇଥିବା ଅପଶବ୍ଦକୁ ମଧ୍ୟ ଲେଖା ଯାଇଛି ।

ସିଜେଆଇ ଡି.ୱାଇ. ଚନ୍ଦଚୁଡ଼ କହିଲେ ଯେ, ଏହି ଶବ୍ଦ ଅନୁଚିତ ଅଟେ । ଅତୀତରେ ବିଚାରପତିଙ୍କ ଦ୍ୱାରା ଏହାର ବ୍ୟବହାର କରାଯାଇଥିଲା । ହେଡବୁକର ଲକ୍ଷ ଆଲୋଚନା କରିବା କିମ୍ବା ନିର୍ଣ୍ଣୟ ଉପରେ ସନ୍ଦେହ କରିବା ତାହା ନୁହେଁ, ତାହାର ଲକ୍ଷ କେବେଳ ଅଜଣାରେ କୌଣସି ରୁଢିର ବ୍ୟବହାର କରାଯାଇ ପାରିବ । ବିଶେଷ କରି ମହିଳାଙ୍କ ବିରୋଧରେ କୌଣସି ହାନିକାରକ ରୁଢିର ବ୍ୟବହାର ବିରୋଧରେ ସଚେତନତା ବଢାଇବା ପାଇଁ ହେଡବୁକ ଜାରି କରାଯାଉଛି । ଏହାର ଉଦ୍ଦେଶ୍ୟ ସମସ୍ତଙ୍କୁ ରୁଢିବାଦ କ’ଣ ଜଣାଇବା ।

କୋର୍ଟରେ ଯଦି କୌଣସି ଅପଶବ୍ଦ ବ୍ୟବହାର ହେଉଛି ତେବେ ବିଚାରପତି ସେହି ଭାଷାକୁ ଏହା ମାଧ୍ୟମରେ ଜାଣିପାରିବେ ଏହା ରୁଢିବାଦ ଅଟେ କି ନାହିଁ । ବର୍ତ୍ତମାନ ଆଉ ଅପଶବ୍ଦ ବ୍ୟବହାର ହୋଇପାରିବ ନାହିଁ, ଯଦି ହେଉଛି ତେବେ ହେଡବୁକ ମାଧ୍ୟମରେ ତାହା ଜଣା ପଡିଯିବ । ଏହି ବୁକଟି ସୁପ୍ରିମକୋର୍ଟର ୱେବସାଇଟ ଉପରେ ଅପଲୋଡ କରାଯିବ । ଅନଲାନ ମାଧ୍ୟମରେ ସାଧାରଣ ଜନତା ଏହାର ବ୍ୟବହାର କରି ପାରିବେ ।

Get real time updates directly on you device, subscribe now.