fbpx

ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ ଚୀନ୍ କୁ କଡ଼ା ସନ୍ଦେଶ, ସୀମାରେ ଅନୁପ୍ରବେଶ ହେଲେ ଉପଯୁକ୍ତ ଜବାବ ଦେବ ଭାରତୀୟ ସେନା

ନୂଆଦିଲ୍ଲୀ: ସୀମାରେ ଅନୁପ୍ରବେଶ ନେଇ ଚୀନ୍‌କୁ କଡ଼ା ସନ୍ଦେଶ ଦେଇଛନ୍ତି ସେନା ମୁଖ୍ୟ ଜେନରାଲ ମନୋଜ ପାଣ୍ଡେ । ଚୀନ୍ ସେନା ସୀମାରେ ଅନୁପ୍ରବେଶ କାରଣରୁ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ବୃଦ୍ଧି ପାଇଛି । ତେବେ କୌଣସି ପ୍ରକାର ଆକସ୍ମିକ ଘଟଣାର ଜବାବ ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ଥିବା ସେନାମୁଖ୍ୟ କହିଛନ୍ତି ।

ମନୋଜ ପାଣ୍ଡେ କହିଛନ୍ତି ଯେ ଚୀନ୍ ସୈନ୍ୟବାହିନୀ ବଳ ସଂଗ୍ରହ କରିବା ତଥା ସାମରିକ ଅପେରସନ୍ କରିବା ପାଇଁ ମହତ୍ୱପୁର୍ଣ୍ଣ କ୍ଷମତା ହାସଲ କରିଛି ଏବଂ ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ପ୍ରସଙ୍ଗରେ ଏହି କଥା ଗୁଡ଼ିକୁ ପୃଥକ କରାଯାଇପାରିବ ନାହିଁ । ଜେନରାଲ ପାଣ୍ଡେ କହିଛନ୍ତି ଯେ ପୂର୍ବ ଚୁକ୍ତିନାମାକୁ ଉଲ୍ଲଂଘନ କରି ଏଲ୍‌ଏସି ଉପରେ ଚୀନ୍ ଉଦ୍ୟମ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ଏଥିପାଇଁ ଭାରତୀୟ ସେନା ଯଥେଷ୍ଟ ପ୍ରସ୍ତୁତି ରହିଛି ।

ପୁଣେ ୟୁନିଭରସିଟି ଏବଂ ଚୀନ୍ ଆନାଲିସିସ୍ ଆଣ୍ଡ ଷ୍ଟ୍ରାଟେଜୀ, ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ‘ଚାଇନାର ଉଦୟ ଏବଂ ଏହାର ପ୍ରଭାବ ପାଇଁ ବିଶ୍ୱ’ ଉପରେ ଦ୍ୱିତୀୟ ରଣନୀତିକ ଆଲୋଚନା ସେନା ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ମୁଁ ଭାବୁଛି ଆମର ପରିଚବାଳନା ସବୁଠାରୁ ଗୁରୁତ୍ୱପୂଣ୍ଣ ଦିଗ ଅଟେ । ଏବଂ ବର୍ତ୍ତମାନର ଅସ୍ଥିର ତଥା ବିବାଦୀୟ ସୀମା ଉତ୍ତରାଧିକାରୀଙ୍କ ପାଇଁ ଏକ ଆହ୍ୱାନ୍ ନହୋଇ ରହୁ ।

ମନୋଜ ପାଣ୍ଡେ କହିଛନ୍ତି ଯେ ଚୀନ୍-ଭାରତ ସୀମା ପରିଚାଳନା ଉପରେ କଡା ନଜର ରଖିବା ଆବଶ୍ୟକ କାରଣ ଯଦି ଆମେ ଦୁର୍ବଳ ହୋଇଯିବା ତେବେ ବ୍ୟାପକ ବିବାଦ ହୋଇପାରେ। ସେନା ମୁଖ୍ୟ କହିଛନ୍ତି ଯେ ଯେହେତୁ ଆମେ ସମସ୍ତେ ଜାଣୁ ଯେ LAC ଉପରେ ଶାନ୍ତି ବଜାୟ ରଖିବା ପାଇଁ ସାମରିକ କ୍ଷେତ୍ରରେ ଚୀନ୍ ସହିତ ଆମର ଅନେକ ଚୁକ୍ତିନାମା ଅଛି, କିନ୍ତୁ ଚୀନ୍ ଦ୍ୱାରା ଏହାର ଉଲ୍ଲଂଘନ ଏକ ଚିନ୍ତାର ବିଷୟ। ତେବେ ଦଶନ୍ଧି ପୁରୁଣା ସୀମା ପ୍ରସଙ୍ଗ ଦ୍ୱିପାକ୍ଷିକ ସମ୍ପର୍କରୁ ଅଲଗା ହୋଇପାରିବ ନାହିଁ। ତେଣୁ ସୀମାରେ ଶାନ୍ତି ନହେବା ପର୍ଯ୍ୟନ୍ତ ବେଜିଂ ସହିତ ଭାରତର ସମ୍ପର୍କ ସ୍ୱାଭାବିକ ହୋଇପାରିବ ନାହିଁ।

Get real time updates directly on you device, subscribe now.