fbpx

ଭୁବନେଶ୍ୱରରେ ସେନା ଉପମୁଖ୍ୟ ଚଣ୍ଡିପ୍ରସାଦ

ଭୁବନେଶ୍ୱର,୧୯ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ଚଣ୍ଡିପ୍ରସାଦ ।ଆଜି ୧୨୦ ବାଟାଲିୟନରେ ପୂର୍ବତନ ସୈନିକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କାଲି ସୈନିକ ସ୍କୁଲ କାର୍ଯ୍ୟକ୍ରମରେ ଲୟଏଲଜି ଚଣ୍ଡିପ୍ରସାଦ ଯୋଗଦେବେ ।

ତେବେ ଭାରତୀୟ ସେନାର ଉପମୁଖ୍ୟ ହେବେ ଏଲଜି ଚଣ୍ଡିପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି । ଏବେ ସଦର୍ଣ୍ଣ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ଏଲଜି ଚଣ୍ଡି ପ୍ରସାଦ ମହାନ୍ତି । ଚଣ୍ଡିପ୍ରସାଦଙ୍କ ଘର ଜଗତସିଂହପୁର ଜୟଗଡରେ ରହିଛି ।

Get real time updates directly on you device, subscribe now.