fbpx

କୁପୱରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ସୁରକ୍ଷା ବଳଙ୍କ ଗୁଳିରେ ଆତଙ୍କୀ ନିପାତ, ଜବତ ହେଲା ପାକିସ୍ତାନୀ ପଇସା ଓ ସିମ୍ କାର୍ଡ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଛନ୍ତି ସୁରକ୍ଷା ବଳ । ରବିବାର ସୁରକ୍ଷା ବଳ ଜଣେ ଆତଙ୍କୀଙ୍କୁ ନିପାତ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ପାକିସ୍ତାନୀ ପଇସା ଜବତ କରାଯାଇଛି । ଏହା ସହିତ ମୃତ ଆତଙ୍କୀ ନିକଟରୁ ଏକ ପାକିସ୍ତାନୀ ସିମ୍ ଜବତ କରାଯାଇଛି । ଭାରତୀୟ ସେନା ଓ ପାକିସ୍ତାନର ବ୍ୟାଟ୍ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ବେଳେ ଏହି ଆତଙ୍କୀ ଜଣଙ୍କ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା ।

କୁପୱାରା ଜିଲ୍ଳା ଅନ୍ତର୍ଗତ କେରାନ୍ ସେକ୍ଟରରେ ଆତଙ୍କୀ ଜଣଙ୍କ ଅନୁପ୍ରବେଶର ପ୍ରୟାସ କରିଥିଲା । ଭାରତୀୟ ସୁରକ୍ଷା ବଳଙ୍କ ସହିତ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଖାନତଲାସୀରୁ ପାକିସ୍ତାନୀ ପଇସା ଓ ସିମ୍ ମିଳିଥିଲା । ଏହା ସହିତ ଏକ ଅତ୍ୟାଧୁନିକ ଏ କେ-୪୭ ରାଇଫଲ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ଆତଙ୍କୀ ଜଣଙ୍କ ନାମ ମହମ୍ମଦ ଶବିର ମଲିକ୍ ବୋଲି ଜଣାପଡିଛି । ମଲିକ ପାକିସ୍ତାନୀ ନାଗରିକ ବୋଲି କୁହାଯାଇଛି । ପାକିସ୍ତାନୀ ସେନାକୁ ହଟଲାଇନ ଜରିଆରେ ଶବ ନେବା ପାଇଁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.