କିସ୍ତୱାଡ଼ : ଜମ୍ମୁ-କାଶ୍ମୀରରୁ ପୁଣି ଥରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଖବର ସାମ୍ନାକୁ ଆସିଛି । ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କିସ୍ତୱାଡ଼ରେ ସେନା କର୍ମଚାରୀମାନେ ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।
ଏଥିରେ ଜୈସ କମାଣ୍ଡର ସୈଫୁଲ୍ଲା ତାଙ୍କ ଦୁଇ ସାଥୀଙ୍କ ସହ ନିହତ ହୋଇଛି । ପୋଲିସ ଚାରି ଜଣ ଆତଙ୍କବାଦୀଙ୍କ ଉପରେ ପୁରସ୍କାର ରଖିଥିଲା । ଗତ ଦେଢ଼ ମାସ ଧରି କିସ୍ତୱାଡ ଏବଂ ଆଖପାଖ ଅଞ୍ଚଳରେ ଚାରି ଜଣ ଆତଙ୍କବାଦୀଙ୍କୁ ଦେଖାଯାଇଥିଲା, ଯାହା ପରେ ପୋଲିସ ସେମାନଙ୍କ ଉପରେ ପୁରସ୍କାର ରଖିଥିଲା ।
ଏହି ସମୟରେ, ଜମ୍ମୁ ଅଞ୍ଚଳରେ ଆଉ ଏକ ଏନକାଉଣ୍ଟର ଆରମ୍ଭ ହେବାର ଖବର ଅଛି । ଆଖନୁରର କେରି ବଟ୍ଟାଲ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷା ଏଜେନ୍ସି ଅନୁଯାୟୀ, ଅଖନୁରରେ ଘଟିଥିବା ଏହି ଘଟଣାରେ ଜଣେ ଜେସିଓ ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।