fbpx

ଶକ୍ତି ବଢ଼ାଇବ ଭାରତୀୟ ସେନା, ୬ ହଜାର କୋଟି ଟଙ୍କାର ଅସ୍ତ୍ର କିଣିବ ସେନା

Advertisement

ନୂଆଦିଲ୍ଲୀ ( ଓଡ଼ିଶା ଭାସ୍କର) : ବାୟୁ ପ୍ରତିରକ୍ଷା ବନ୍ଧୁକ ଏବଂ ଗୁଳି କ୍ରୟ ପାଇଁ ଭାରତୀୟ ସେନାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରତିରକ୍ଷା ମନ୍ତ୍ରଣାଳୟ କ୍ରୟ ଏବଂ ନିର୍ମାଣ କ୍ଷେତ୍ରରେ ପ୍ରାୟ ୬୦୦୦ କୋଟି ଟଙ୍କା ମୂଲ୍ୟର ବାୟୁ ପ୍ରତିରକ୍ଷା ବନ୍ଧୁକ ଏବଂ ଗୁଳି କ୍ରୟ ପାଇଁ ଭାରତୀୟ ସେନାର ପ୍ରସ୍ତାବକୁ ଅନୁମୋଦନ କରିଛି । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ ୪୩,୦୦୦ କୋଟି ଟଙ୍କା ବ୍ୟୟରେ ଭାରତୀୟ ନୌ ସେନା ପାଇଁ ୬ଟି ଅତ୍ୟାଧୁନିକ ବୁଡ଼ାଜାହାଜ ନିର୍ମାଣକୁ ଅନୁମୋଦନ କରିଛି ।

ଶୁକ୍ରବାର ନ୍ୟୁଜ୍‌ ଏଜେନ୍ସି ପିଟିଆଇ କହିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ଏହି ପ୍ରକଳ୍ପ ଅନୁମୋଦନ
କରାଯାଇଛି । ଦେଶରେ ୬ଟି ବୁଡ଼ାଜାହାଜ ନିର୍ମାଣ ପାଇଁ ଭାରତୀୟ ନୌ ସେନା ପାଇଁ ଖୁବ୍‌ ଶୀଘ୍ର ପ୍ରସ୍ତାବ ପାଇଁ ଅନୁରୋଧ ଜାରି କରାଯିବ ।

Get real time updates directly on you device, subscribe now.