fbpx

କଟକରେ ଆରୋଗ୍ୟ ଭବନ ଲୋକାର୍ପିତ

କଟକ,୧୨ ।୧(ଓଡିଶା ଭାସ୍କର): କଟକ ଜିଲ୍ଲା ଓଲଟପୁରଠାରେ ‘ଆରୋଗ୍ୟ ଭବନ’ ଲୋକାର୍ପିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି । ରକ୍ତଦାନ ଶିବିର ଓ ରାଷ୍ଟ୍ରଦୀପର ସ୍ୱତନ୍ତ୍ର ବିଶେଷାଙ୍କ ବି ଉଦଘାଟିତ ହୋଇଛି । ଉଦଘାଟନ ଉତ୍ସବରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ଯେ, ‘ନର ସେବା ହିଁ ନାରାୟଣ ସେବା’ ମନ୍ତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ କରନ୍ତି । ଗରିବଙ୍କ ଜୀବନରେ ମୂଳଭୂତ ପରିବର୍ତ୍ତନ ଆଣିବା ମୋଦୀଙ୍କ ଲକ୍ଷ୍ୟ । ଓଏନଜିସି ଓ ଉତ୍କଳ ବିପନ୍ନ ସହାୟତା ସମିତିକୁ ଧନ୍ୟବାଦ ଜଣାଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଆରୋଗ୍ୟ ଭବନ ପାଇଁ ଓଏନଜିସି ୨.୩୨ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହା ସହ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧକୁ ଆପଣେଇବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.