fbpx

“ଆର୍ଟିକିଲ ୩୭୦ ଫିଲ୍ମ ଦେଖ, ମିଳିବ ସଠିକ ସୂଚନା’: ଏପରି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଫିଲ୍ମ ଦେଖିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଏବେ ଏବେ ରିଲିଜ ହୋଇଛି । ଏହି ପରାମର୍ଶ ଦେବା ପାଇଁ ସେ ଏକ ଭଲ ସ୍ଥାନ ଚୟନ କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଏକ ସଭା ଥିଲା ଏବଂ ଫିଲ୍ମର ନାମ ହେଉଛି “ଆର୍ଟିକିଲ ୩୭୦’ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ମୁଁ ଶୁଣିଛି ଏକ ଫିଲ୍ମ ଆର୍ଟିକିଲ ୩୭୦ ରିଲିଜ ହୋଇଛି । ସେ ଫିଲ୍ମଟି ବହୁତ ଭଲ, ଏହାକୁ ଦେଖିବା ପରେ ଲୋକମାନଙ୍କୁ ସଠିକ ସୂଚନା ମିଳିବ’ । ତେବେ ଏହି ଫିଲ୍ମରେ ଏପରି କଣ ଅଛି ଯାହା ସମଗ୍ର ମିଡିଆ, ସଂସଦରେ ବିତର୍କ, ସୁପ୍ରିମକୋର୍ଟରେ ଏହି ମାମଲାର ପ୍ରକ୍ରିୟା ଏବଂ ବିଜେପି ନେତାମାନେ ଆର୍ଟିକିଲ ୩୭୦କୁ ନେଇ ପବ୍ଲିକକୁ ଜଣାଇନାହାନ୍ତି? ସେଥିପାଇଁ ଲୋକମାନଙ୍କ ମଧ୍ୟରେ ଏହି ଫିଲ୍ମ ଦେଖିବାକୁ ଏବଂ ଜାଣିବା ପାଇଁ ଉତ୍ସାହ ବଢିଛି ।

ଏହି ଚଳଚ୍ଚିତ୍ରର ନିର୍ମାତା ଆଦିତ୍ୟ ଘରଙ୍କ ଉପରେ ଅନେକ ଦାୟିତ୍ୱ ରହିଥିଲା । ପତ୍ନୀ ଗୌତମଙ୍କୁ ଉରୀ ପରେ ଦ୍ୱିତୀୟ ସଫଳତା କରାଇବାର ଥିଲା । ସର୍ଜିକାଲ ଷ୍ଟ୍ରାଇକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନ୍ୟ ନିଷ୍ପତ୍ତି ଉପରେ ଏହି ଫିଲ୍ମ ତିଆରି କରାଯାଇଥିଲା, ତେବେ ତାଙ୍କ ପ୍ରତିକ୍ରିୟା ପାଇଁ ମଧ୍ୟ ଚିନ୍ତା ଥିଲା । ଏହି ଚିନ୍ତା ସେତେବେଳେ ଆହୁରୀ ବଢିଯାଇଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଲିଜ ପୂର୍ବରୁ ବିବୃତ୍ତି ଜାରି କରିଥିଲେ । ଏଥିରେ ତାଙ୍କର ଫାଇଦା ମଧ୍ୟ ହେବ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଫିଲ୍ମ ଦେଖିବାକୁ ପରାମର୍ଶ ଦେଇଛନ୍ତି । ତେବେ ହଜାର ହଜାର ଟିକେଟ ଏଥିପାଇଁ ବିକ୍ରି ହୋଇଯିବ ।

Get real time updates directly on you device, subscribe now.