fbpx

କ୍ୟାନସର ସେଲକୁ ବିନାଶ କରିବ Artificial DNA: ଜରାୟୁ ଓ ସ୍ତନ କର୍କଟ ରୋଗୀଙ୍କ ପାଇଁ ବାହାରିଲା ନୂଆ ଚିକିତ୍ସା ପଦ୍ଧତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ଏକ ଭୟଙ୍କର ବୀମାରୀ । ନବଜାତ ଶିଶୁ, ଯୁବକ, ବୃଦ୍ଧ ସମସ୍ତେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏହି ଭୟଙ୍କର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ଅନେକ ରୋଗୀ ଅର୍ଥାଭାବରୁ ବାଧ୍ୟ ହୋଇ ହାର ମାନୁଛନ୍ତି । ତେବେ ଏନେଇ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ନିକଟରେ ବୈଜ୍ଞାନିକମାନେ କ୍ୟାନସରର ଏକ ନୂଆ ଚିକିତ୍ସା ପଦ୍ଧତି ବାହାର କରିଛନ୍ତି ।

ସୂଚନା ମୁତାବକ, ଜାପାନର ବୈଜ୍ଞାନିକମାନେ କ୍ୟାନସରର ଚିକିତ୍ସା କ୍ଷେତ୍ରରେ ଏକ ନୂଆ ପଦ୍ଧତି ଆବିଷ୍କାର କରିଛନ୍ତି । ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଅନୁଯାୟୀ, ଏକ କୃତ୍ରିମ ଡିଏନଏ ଦ୍ୱାରା କ୍ୟାନସର ସେଲକୁ ବିନାଶ କରାଯାଇ ପାରିବ । ମେଡିସିନ ମଣିଷ ଶରୀରରେ କ୍ୟାନସରର ପ୍ରଭାବକୁ ହ୍ରାସ କରିଥାଏ, ମାତ୍ର ଏବେ ଡିଏନଏ କ୍ୟାନସର ସେଲକୁ ବିନାଶ କରିପାରିବ । ସେନେଇ ନୂଆ ପଦ୍ଧତି ବାହାର କରାଯାଇଛି । ସାଧାରଣ ଭାବେ ଡିଏନଏ କିମ୍ବା ଆରଏନଏକୁ କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ନଥାଏ ।

ତେବେ ବିଶେଷଜ୍ଞଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି କୃତ୍ରିମ ଡିଏନଏ ଏକ କେଶ ପିନ୍ ଆକୃତିର ହୋଇଥାଏ । ଏହା ମଣିଷର ଶରୀରରେ ପ୍ରାକୃତିକ ଇମ୍ୟୁନିଟି ପାୱାର ସୃଷ୍ଟି କରିବା ସହିତ କ୍ୟାନସର ସେଲକୁ ନଷ୍ଟ କରିଦେଇଥାଏ । ତେବେ ଏହି ପଦ୍ଧତି ଜରାୟୁ ଓ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି କୁହାଯାଇଛି । ବିଶେଷଜ୍ଞମାନେ କର୍କଟ ରୋଗ ବ୍ୟତୀତ ଭାଇରସ ଜନିତ ରୋଗ ଜେନେଟିକ୍ ଡିଜିଜର ଚିକିତ୍ସା ଉପରେ ମଧ୍ୟ ଅଧ୍ୟୟନ ଜାରି ରଖିଛନ୍ତି । ଆଗକୁ ଏ କ୍ଷେତ୍ରରେ ମଧ୍ୟ ଏକ ବଡ଼ ସଫଳତା ହାସଲ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.