fbpx

୨ ସେମି ପ୍ରସ୍ଥର ସେଙ୍ଗୋଲ ପ୍ରସ୍ତୁତ କଲେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ଭୁବନେଶ୍ୱର: ଭାରତୀୟ ରାଜନୀତି ଇତିହାସରେ ସେଙ୍ଗୋଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପାଞ୍ଚ ଫୁଟ ଲମ୍ବ ଏବଂ ଦୁଇ ଇଞ୍ଚ ପ୍ରସ୍ଥର ସୁନା ଲେପ ଦିଆ ରାଜଦଣ୍ଡ ପ୍ରଥମେ ୧୯୪୭ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାମିଲନାଡୁ ତାଂଜାଭୁରର ଦୁଇଜଣ ସନ୍ୟାସୀ ପ୍ରଦାନ କରିଥିଲେ। ରାଜଦଣ୍ଡକୁ ତାମିଲରେ ସେଙ୍ଗୋଲ କୁହାଯାଏ, ଯାହାକି ଚୋଳ ସାମ୍ରାଜ୍ୟରୁ ଆରମ୍ଭ ହୋଇଥିଲା। ସେଙ୍ଗୋଲକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ।

 

୧୯୪୭ ମସିହାରେ ନୂଆ ପାର୍ଲିଆମେଣ୍ଟରେ ପ୍ରଥମେ ସେଙ୍ଗୋଲର ସ୍ଥାପନା କରାଯାଇଥିଲା। ୨୮ ମେ ରବିବାର ଭାରତ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ତତ୍ତ୍ୱବଧାନରେ ନୂଆ ଏକ ପାର୍ଲିଆମେଣ୍ଟ ଉଦଘାଟନ ହୋଇଛି। ରବିବାର ସକାଳେ ପୁଣି ଥରେ ଏହି ସେଙ୍ଗୋଲର ସ୍ଥାପନା ହୋଇଛି। ଏହି ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଇଅର ବଡ଼, ମାଟି ଏବଂ ମେଟାଲିକ ରଙ୍ଗରେ ପାଞ୍ଚ ସେମି ଲମ୍ବ ଏବଂ ୨ ସେମି ପ୍ରସ୍ଥର ଏକ ସେଙ୍ଗୋଲ ଭାରତୀୟ ଗଣତନ୍ତ୍ରକୁ ସମ୍ମାନ ଜଣାଇ ପ୍ରସ୍ତୁତ କରିଛନ୍ତି।

Get real time updates directly on you device, subscribe now.