fbpx

ଖୁଲମଖୁଲା ଚାଲିଛି ମଦବିକ୍ରୀ:ଅରବିନ୍ଦ କେଜ୍ରିୱାଲ

Advertisement

ଗୁଜୁରାଟ: ଖୁଲମ ଖୁଲା ଚାଲିଛି ମଦବିକ୍ରୀ । କିଛି ଏଭଳି କଥା କହି ଗୁଜୁରାଟ ସରକାରଙ୍କ ଉପରେ ଆରୋପ ଲଗାଇଲେ ଆପର ମୁଖିଆ ଅରବିନ୍ଦ କେଜ୍ରିୱାଲ । ଆଜି ସୋମନାଥର ଏକ ସାମ୍ବାଦିକ ସମ୍ମିଳନୀ ସଭାରେ ଯୋଗ ଦେଇ ଅରବିନ୍ଦ କହିଛନ୍ତି ଯେ ଗୁଜୁରାଟ ଲୋକ ମାନଙ୍କ ଆଗରେ ଦୁଇଟି ଉପାୟ ଅଛି । ଯଦି ସରକାରକୁ ଭାଜପା ସରକାର ଆସନ୍ତି ତେବେ ତାଙ୍କୁ ମଦ ମିଳିବ ଆଉ ଯଦି ଆମକୁ ଭୋଟ ଦିଅନ୍ତି ତେବେ ତାଙ୍କୁ ଚାକିରୀ ମିଳିବ ତେଣୁ ଏଠାକାର ଲୋକମାନଙ୍କ ହାତରେ ଏହି ଦାଇତ୍ୱ ରହିଛି । ସେ କଣ କରିବେ ତାଙ୍କୁ କଣ ଆବଶ୍ୟକ ସବୁ ସେମାନେ ସ୍ଥିରକରିବେ ।

ଏହା ସହିତ ଅରବିନ୍ଦ କହିଛନ୍ତି ଗୁଜୁରାଟରେ ଦିନ ଦ୍ୱିପ୍ରହରରେ ବିଷାକ୍ତ ମଦ ମିଳୁଛି ଆଉ ଲୋକ ମାନେ ତାକୁ ସେବନ କରୁଛନ୍ତି ଏହା ଉପରେ କୌଣସି କଟକଣା ମଧ୍ୟ ଲାଗୁ କରାଯାଉ ନାହିଁ । ମୁଁ କେବଳ ପ୍ରତିଶୃତି ଦେବାକୁ ଚାହୁଁ ନାହିଁ ମୁଁ ଗୁଜୁରାଟର ଜନତା ମାନଙ୍କ ଉପରେ ସବୁ କିଛି ଛାଡି ଦେଇଛି । ବିଜୁଳି ହେଉ ଅବା ଶିକ୍ଷା ସବୁ କ୍ଷେତ୍ରରେ ଗୁଜୁରାଟବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଆପ ପ୍ରସ୍ତୁତ ଅଛି । ଆଉ ଅରବିନ୍ଦ ଏହା ମଧ୍ୟ କହିଛନ୍ତି ଆପ ଯେଉଁ ସବୁ କାର୍ଯ୍ୟ ପାଇଁ ପ୍ରତିଶୃତି ଦେଇ ଥାଏ ତାକୁ ଅକ୍ଷର ଅକ୍ଷରରେ ପାଳନ କରିଥାଏ । ଆପଣଙ୍କ ଇତିହାସର ଫର୍ଦ୍ଦ ଖୋଲି ତାହାକୁ ଦେଖି ପାରିବେ ବୋଲି କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.