fbpx

‘୫ ବର୍ଷରେ ଥରେ ନିର୍ବାଚନ ହେବ ଯଦି ବିଲାତି କିଲୋ ୧୫୦୦ ଟଙ୍କାରେ ମିଳିବ’, କେନ୍ଦ୍ର ଉପରେ କେଜ୍ରିୱାଲଙ୍କ ଟାର୍ଗେଟ

Advertisement

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ପାର୍ଟୀମାନେ ପ୍ରଚାର ଅଭିଯାନ ଆରମ୍ଭ କରିସାରିଲେଣି । ଏହାରି ମଧ୍ୟରେ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜସ୍ଥାନର ରାଜଧାନୀ ଜୟପୁରରେ ଅନୁଷ୍ଠିତ ଟାଉନହଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ମୋଦୀ ସରକାରଙ୍କ ଏକ ଦେଶ ଏକ ନିର୍ବାଚନ ମାମଲାକୁ ନେଇ ଟାର୍ଗେଟ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ଯଦି ୫ବର୍ଷରେ ଥରେ ନିର୍ବାଚନ ହୁଏ ତେବେ ସିଲିଣ୍ଡର ୫୦୦୦ ଟଙ୍କାରେ ମିଳିବ । ୫ ବର୍ଷ ପରେ ମୋଦୀ ସରକାର ପୁଣି ଆସି କହିବେ ୨୦୦ ଟଙ୍କା ଶସ୍ତା କରାଯାଇଛି । ଯଦି ୱାନ ନେସନ ୱାନ ଇଲେକ୍ସନ କରାଯାଉଛି ତେବେ ୨୫୦ ଟଙ୍କାର ବିଲାତି ୧୫୦୦ ଟଙ୍କା ହୋଇଯିବ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ୱାନ ନେସନ, ୨୦ ଇଲେକ୍ସନ ହେବା ଦରକାର । ପ୍ରତି ୩ ମାସରେ ନିର୍ବାଚନ ହେବା ଆବଶ୍ୟକ । ପ୍ରତି ୩ ମାସରେ ନିର୍ବାଚନ ହେବ ଯଦି ସେ କିଛି ତ ଦେଇ ଯିବେ, ନଚେତ ଏହି ୫ବର୍ଷ ପର୍ଯ୍ୟନ୍ତ ନିଜ ମୁହଁ ଦେଖାଇପାରିବେ ନାହିଁ । ସାରା ଦୁନିଆରେ ଭ୍ରମଣ କରିବେ ଏବଂ ଇଣ୍ଡିଆରେ ୫ବର୍ଷ ପରେ ଆସିବେ । ସେଥିପାଇଁ ପ୍ରତି ବର୍ଷରେ ୪ ଥର ନିର୍ବାଚନ ହେବା ଆବଶ୍ୟକ ।

ଟାଉନହଲକୁ ସମ୍ବୋଧିତ କରିବା ବେଳେ କେଜ୍ରିୱାଲ କହିଛନ୍ତି ଯେ, ନେତା ଆପଣଙ୍କ ପାଖକୁ କେତେବେଳେ ଆସନ୍ତି? ଯେତେବେଳେ ନିର୍ବାଚନ ହୁଏ । ଏବେ ଆମ ଦେଶରେ ପ୍ରତି ୬ ମାସରେ ନିର୍ବାଚନ ହେଉଛି, ତେବେ ମୋଦୀ ସରକାରଙ୍କୁ କେବଳ ଅସୁବିଧା ହେଉଛି ତେଣୁ ସେ ପ୍ରତି ୬ ମାସରେ ଜନତାଙ୍କ ପାଖକୁ ଯାଇ କିଛି ନା କିଛି କହିବାକୁ ପଡୁଛି । ଏଥିପାଇଁ ୱାନ ନେସନ ୱାନ ଇଲେକ୍ସନ କଥା କୁହାଯାଉଛି । ୫ ବର୍ଷ ପର୍ଯ୍ୟନ୍ତ ଜନତାଙ୍କ ପାଖକୁ ଯିବାକୁ ପଡୁନାହିଁ ।

Get real time updates directly on you device, subscribe now.