fbpx

ଅରବିନ୍ଦ ପାଢୀ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବୀରବିକ୍ରମ ଯାଦବଙ୍କ ସ୍ଥାନ ନେଇ ହେଲେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ଦିନ ଡ.ଅରବିନ୍ଦ କୁମାର ପାଢୀଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ର ମୁଖ୍ୟ ପ୍ରଶାସକ ଭାବରେ ନିଯୁକ୍ତ କରିଛନ୍ତି । ତାହାସହ ଶ୍ରୀ ପାଢୀ ଆଗାମୀ ଆଦେଶ ପର୍ଯ୍ୟନ୍ତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଧାନ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିବେ । ଅଧିସୂଚନା ଅନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ( ଓଡିଶା ଅଧିନିୟମ,୧୧, ୧୯୫୫) ର ଧାରା ୧୯ ର ଉପଧାରା (୧) ଦ୍ୱାରା ପ୍ରଦତ୍ତ ଶକ୍ତିର ପ୍ରୟୋଗରେ ରାଜ୍ୟ ସରକାର ଆଇଏଏସ ଶ୍ରୀ ଅରବିନ୍ଦ କୁମାର ପାଢୀଙ୍କୁ ତାଙ୍କର ବତ୍ତମାନର କର୍ତ୍ତବ୍ୟ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଉଛି ବୋଲି ଉଲ୍ଲେଖ ରହିଛି ।

ଅରବିନ୍ଦ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମଙ୍କ ସ୍ଥାନରେ କାର୍ଯ୍ୟ କରିବେ ।

Get real time updates directly on you device, subscribe now.