fbpx

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଆଣିବେ ‘ଯୁବ ବଜେଟ’: ୫-ଟି ଅଧ୍ୟକ୍ଷଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଲାଗୁ କରିଛନ୍ତି । ତେବେ ପ୍ରତିଟି ପାଳିରେ କିଛି ନୂଆ କରି ରାଜ୍ୟବାସୀଙ୍କୁ ଭେଟି ଦେଉଥିବା ମୁଖ୍ୟମନ୍ତ୍ରୀ ଏକ ବଡ଼ ଯୋଜନା କରିଛନ୍ତି । କୃଷି ବଜେଟ, ଜେଣ୍ଡର ବଜେଟ, କ୍ଲାଇମେଟ ବଜେଟ ପରି ‘ଯୁବ ବଜେଟ’ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏ ବାବଦରେ ସୂଚନା ଦେଇଛନ୍ତି ।

ପୂର୍ବରୁ କେନ୍ଦ୍ର ସରକାର କି କୌଣସି ରାଜ୍ୟ ସରକାର ଯୁବ ବଜେଟ ଆଣିନଥିବା ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହା ଲାଗୁ କରିବାକୁ ଯୋଜନା କରୁଛନ୍ତି । ଏହି ବଜେଟ ଯୁବଶକ୍ତିକୁ ସାମର୍ଥ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରିବ । ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଯୁବପୀଢ଼ିଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି ହେବ । ସେମାନେ ପ୍ରତିଯୋଗିତାମୂଳକ ହେବା ସହିତ ନିଜର ଲକ୍ଷ୍ୟ ହାସଲ କରିପାରିବେ ।

୨୦୩୬ ବେଳକୁ ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ବିଭିନ୍ନ ଦିଗରୁ ସଶକ୍ତ କରାଯିବ । ଜଣେ ବ୍ୟକ୍ତିର ସ୍ୱପ୍ନ ପୂରଣ ହେବା ଭଳି ସମ୍ବଳ ରାଜ୍ୟରେ ଉପଲବ୍ଧ ହେବ । ରାଜ୍ୟ ବଜେଟରେ ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ କରାଯିବ । ପୂର୍ବରୁ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଦାରିଦ୍ର୍ୟ ଦୂରୀକରଣ କରିବାରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏବେ ଯୁବଶକ୍ତିଙ୍କୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି ।

Get real time updates directly on you device, subscribe now.