fbpx

ଘାଟୀରେ ଓଲଟିଲା ଟିପ୍ପର, ଚାଲିଗଲା ୫ ଜୀବନ

ଭୁବନେଶ୍ୱର: ଆଜି ମାଲକାନାଗିରିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଟିପ୍ପର ଓଲଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ହନ୍ତାଳଗୁଡା ଘାଟୀରେ ଭାରସାମ୍ୟ ହରାଇ ଏହି ଟିପ୍ପରଟି ଓଲଟି ପଡିଥିଲା । ଏହି ଟିପ୍ପରରେ ୧୨ରୁ ଅଧିକ ଶ୍ରମିକ ଥିଲେ ।

ଟିପ୍ପରରେ ଲୁହାଛଡ ଓ ସିମେଣ୍ଟ ବୋଝେଇ ହୋଇ ଯାଉଥିଲା । ଦୁର୍ଘଟଣା ପରେ ଏବେ ସେଠାରେ ବିଏସଏଫ୍ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଉ କିଛି ଶ୍ରମିକ ଟିପ୍ପର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.