ପାଣି ପିଇବା ମାତ୍ରେ ପରିସ୍ରା ଲାଗୁଥିଲେ ସାବଧାନ, ଏହା ଏକ ବଡ଼ ରୋଗର ଲକ୍ଷଣ

ପ୍ରତିଥର ପାଣି ପିଇବା ସମୟରେ ପରିସ୍ରା ଲାଗୁଥିଲେ ହୋଇଥାଏ ଏହି ବଡ ରୋଗ

ଓଡିଶାଭାସ୍କର: ପାଣି ପିଇବା ମାତ୍ରେ ପରିସ୍ରା ଲାଗୁଥିଲେ ସାବଧାନ, ହୋଇପାରେ ବଡ ଅସୁବିଧା। ପ୍ରତିଥର ପାଣି ପିଇବା ସମୟରେ ପରିସ୍ରା ଲାଗୁଥିଲେ ଏହା କେବଳ ଜଳୀୟ ଅଂଶର କାରଣ ହୋଇନଥାଏ ବରଂ ଏହି ଲକ୍ଷଣ ଏକ ଗମ୍ଭୀର ରୋଗର ଚେତାବନୀ ଦେଇଥାଏ।

ଡାକ୍ତରଙ୍କ ମତରେ, ଯଦି ଏହି ସମସ୍ୟା ଲାଗି ରହେ ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା ଏହା ହେଲେ କେଉଁ ରୋଗ ହୋଇଥାଏ ଏବଂ ଏହାର ସମାଧାନ କ’ଣ?

ଯଦି ଆପଣ ଦିନସାରା 3 ଲିଟରରୁ ଅଧିକ ପାଣି ପିଉଛନ୍ତି, ତେବେ ଶରୀର ପରିସ୍ରା ଆକାରରେ ଅତିରିକ୍ତ ପାଣି ବାହାର କରିଦିଏ। ଯଦି ଆପଣ ଅଳ୍ପ ପାଣି ପିଇବା ପରେ ପରିସ୍ରା କରିବାକୁ ଇଚ୍ଛା କରୁଛନ୍ତି, ତେବେ ଏହା ରୋଗର ସଙ୍କେତ ହୋଇଥାଏ।

ଚା, କଫି, ଥଣ୍ଡା ପାନୀୟ ପରି ଜିନିଷଗୁଡ଼ିକରେ ଡାଇୟୁରେଟିକ୍ ଉପାଦାନ ଥାଏ, ଯାହା ପରିସ୍ରା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ। ଏହା ଦ୍ୱାରା ବାରମ୍ଵାର ପରିସ୍ରା ଲାଗିଥାଏ।

ମୁତ୍ର ନଳୀ ସଂକ୍ରମଣ: ଏହା ସାଧାରଣତଃ ମହିଳାମାନଙ୍କ ମଧ୍ୟରେ ଅତ୍ୟଧିକ ଦେଖାଯାଇଥାଏ। ସଂକ୍ରମଣ ହେବା ଦ୍ୱାରା ପରିସ୍ରା ସମୟରେ ଜଳାପୋଡ଼ା ହେବା ସହିତ ବାରମ୍ବାର ପରିସ୍ରା ଲାଗିଥାଏ। ଯଦି ପାଣି ପିଇବା ପରେ ବାରମ୍ବାର ପରିସ୍ରା ଲାଗୁଛି ତେବେ ଡେରି ନକରି UTI ପରୀକ୍ଷା କରିବା ନିହାତି ଆବଶ୍ୟକ।

ଡାଇବେଟିସ: ଡାଇବେଟିସର ସ୍ତର ଅଧିକ ହେଲେ ଶରୀରରୁ ଅତିରିକ୍ତ ଗ୍ଲୁକୋଜ୍ ପରିସ୍ରା ମାଧ୍ୟମରେ ବାହାରକୁ ବାହାରିଥାଏ, ଯାହାଫଳରେ ବାରମ୍ବାର ପରିସ୍ରା ଲାଗିଥାଏ।

ପ୍ରୋଷ୍ଟେଟ୍ ସମ୍ବନ୍ଧୀୟ ସମସ୍ୟା: ଯେତେବେଳେ ପ୍ରୋଷ୍ଟେଟ୍ ଗ୍ରନ୍ଥି ବଡ଼ ହୁଏ, ମୂତ୍ରନଳୀ ଉପରେ ଚାପ ପଡ଼ିଥାଏ, ଯାହା ଫଳରେ ଜଣେ ବ୍ୟକ୍ତିଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ।

ଯଦି ପାଣି ପିଇବା ପରେ ବାରମ୍ବାର ଟଏଲେଟ ଲାଗୁଛି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ଲକ୍ଷଣ ହୋଇପାରେ। ତେଣୁ ଠିକ ସମୟରେ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।