fbpx

ବୟସ ବଢିଲେ, ନିଦ କାହିଁକି ଜଲଦି ଭାଙ୍ଗିଯାଏ ? ବିଜ୍ଞାନ ଅନୁଯାୟୀ ଏହା ହେଉଛି ପ୍ରକୃତ କାରଣ

ଭୁବନେଶ୍ୱର : ଘରର ବୁଢାବୁଢିମାନେ ଯେମିତିକି ଜେଜେବାପା, ଜେଜେମା, ଅଜା ଓ ଆଈ ଏମାନେ ପ୍ରାୟତଃ ସକାଳେ ଜଲଦି ଉଠି ଯାଆନ୍ତି । କେହି କେହି ଭୋର ୩ ବା ୪ାରୁ ଉଠିଯାଆନ୍ତି । ଏମିତିକି ଆମ ବାପା-ମାଙ୍କର ମଧ୍ୟ ବଡି ଭୋରରୁ ଉଠିବାର ଅଭ୍ୟାସ ରହିଛି । ବେଳେବେଳେ ମନରେ ପ୍ରଶ୍ନ ଆସେ ଏମାନେ ଶୀଘ୍ର ଉଠନ୍ତି କେମିତି ?

ଅନେକ ଲୋକଙ୍କର କେବଳ ଗୋଟିଏ ଉତ୍ତର ରହିବ ଯେ ସେମାନେ ଶୀଘ୍ର ଶୋଇପଡନ୍ତି । ଏଥି ସହିତ ଆଉ କିଛି ଲୋକ କୁହନ୍ତି ଯେ, ସେମାନଙ୍କର ଆରମ୍ଭରୁ ଏହି ଅଭ୍ୟାସ । କିନ୍ତୁ ବିଜ୍ଞାନ ଆଉ କିଛି କୁହେ । ତେବେ ଆସନ୍ତୁ ଆଜି ଆମେ ଏହା ପଛରେ ଥିବା ବିଜ୍ଞାନକୁ ଜାଣିବା..

ବୈଜ୍ଞାନିକ ମତରେ, ବାର୍ଦ୍ଧକ୍ୟ ଅବସ୍ଥାରେ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆସିଥାଏ । ଏକ ରିପୋର୍ଟ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହାର କାରଣ ବେଳେବେଳେ ଜେନେଟିକ୍ ମଧ୍ୟ ହୋଇଥାଏ । ଜେନେଟିକ୍ ଯୋଗୁଁ ମଧ୍ୟ ବୁଢାବୁଢିମାନେ ଶୀଘ୍ର ଉଠିଯାଆନ୍ତି ।

ଅନ୍ୟ ଏକ କାରଣ ହେଉଛି ବୃଦ୍ଧାବସ୍ଥାରେ କମ୍ କାର୍ଯ୍ୟକଳାପ ବା କମ୍ କାମଧନ୍ଦା କରିବା । ବୟସ ବଢିବା ସାଙ୍ଗେସାଙ୍ଗେ ସେମାନେ ଅଧିକ ଚଲାବୁଲା କରି ପାରନ୍ତି ନାହିଁ । ସେମାନଙ୍କ ମସ୍ତିଷ୍କ ମଧ୍ୟ ଏତେ ସକ୍ରିୟ ନଥାଏ । ତେଣୁ ସେମାନଙ୍କୁ ଭୋକ ଶୀଘ୍ର ଲାଗେ ଏବଂ ଭୋଜନ ପରେ ଶୀଘ୍ର ଶୋଇପଡନ୍ତି । ଯଦି ଆମେ ଯୁବକଙ୍କ ସହ ତୁଳନା କରିବା ତେବେ ସେମାନେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଭୋଜନ ନେଇଥାନ୍ତି । କିନ୍ତୁ ବୃଦ୍ଧ ଲୋକଙ୍କୁ ପେଟର ଅବସ୍ଥାକୁ ବିଚାର କରି ବହୁ ପୂର୍ବରୁ ଖାଇବାକୁ ପଡିବ ।

ଅଧିକ କାମ ଧନ୍ଧା ନ କରିବା ଯୋଗୁଁ ଦିନସାରା ପ୍ରାୟ ସମୟ ଶୋଇ ରୁହନ୍ତି । ଯାହା ଫଳରେ ରାତି ସମୟରେ ଅଧିକ କ୍ଳାନ୍ତ ଅନୁଭବ ହୁଏନାହିଁ । ତେଣୁ ରାତି ସମୟରେ କମ୍ ଶୋଇଲେ ମଧ୍ୟ ନିଦ୍ରା ସମ୍ପୂର୍ଣ୍ଣ ହୋଇଥାଏ । ଶୀଘ୍ର ନିଦ ଭାଙ୍ଗିଯାଏ ।

Get real time updates directly on you device, subscribe now.