fbpx
BJD SKY
BJD SKY

ଆଜି ଦିନ ୨.୩୦ ସୁଦ୍ଧା ରେକର୍ଡ ତାପମାତ୍ରା, ଆଗାମୀ ୫ ଦିନ ଗ୍ରୀଷ୍ମ ପ୍ରବାହ !!

BJD

ଭୁବନେଶ୍ୱର: ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ , ପ୍ରଭାବରେ ଆଗାମୀ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ଏହି ୫ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା

ଯଦିଓ ଏହି ଗରମ ଏବଂ ଗୁଳୁଗୁଳି ସହନୀୟ କିନ୍ତୁ ଛୋଟ ପିଲା , ବୟସ୍କ ବ୍ୟକ୍ତି ତଥା ରୋଗୀଶ୍ରେଣୀୟ ଲୋକ ମାନଙ୍କ ପାଇଁ ଏହା ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ସିଧାସଳଖ ଖରାରୁ ଦୁରେଇ ରହିବା ସହ ଯଥେଷ୍ଟ ମାତ୍ର ରେ ପାନୀୟ ଗ୍ରହଣ କରନ୍ତୁ ଏବଂ ରହୁଥିବା ସ୍ଥାନକୁ ଶୀତଳ ରଖନ୍ତୁ ।

ଖରାଟିଆ ଚାଷ କରିଥିବା ଚାଷୀଭାଇମାନେ ନିଜ ଜମିରେ ଜଳସେଚନ ଜାରିରଖିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପଶୁ ଏବଂ ପକ୍ଷୀମାନଙ୍କ ନିରାପଦ ସ୍ଥାନରେ ସୁରକ୍ଷିତ କରିବା ସହ ସିଧାସଳଖ ଖରାରୁ ଦୁରେଇ ରଖିବାକୁ ସୂଚନା ଜାରି ।

ସମ୍ବଲପୁର: ୪୫.୩ ଡ଼ିଗ୍ରୀ

ହୀରାକୁଦ : ୪୪. ୪ ଡ଼ିଗ୍ରୀ
ଭୁବନେଶ୍ୱର: ୪୩.୮ଡ଼ିଗ୍ରୀ
ଝାରସୁଗୁଡା: ୪୨.୪ ଡ଼ିଗ୍ରୀ
କେନ୍ଦୁଝର: ୪୦ ଡ଼ିଗ୍ରୀ
ଚାନ୍ଦବାଲି: ୩୯ ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ ଡ଼ିଗ୍ରୀ
ପୁରୀ: ୩୬.୪ ଡ଼ିଗ୍ରୀ
ଗୋପାଳପୁର:୩୪.୬ ଡ଼ିଗ୍ରୀ
ପାରାଦୀପ: ୩୪ ଡ଼ିଗ୍ରୀ
ଗୋପାଳପୁର:୬୭ ଡ଼ିଗ୍ରୀ
ଚାନ୍ଦବାଲି: ୬୫ ଡ଼ିଗ୍ରୀ
ପୁରୀ: ୬୪ ଡ଼ିଗ୍ରୀ
ବାଲେଶ୍ୱର: ୬୭ ଡ଼ିଗ୍ରୀ
ଭୁବନେଶ୍ୱର: ୪୦ ଡ଼ିଗ୍ରୀ
କେନ୍ଦୁଝର: ୩୨ ଡ଼ିଗ୍ରୀ
ହୀରାକୁଦ: ୨୫ ଡ଼ିଗ୍ରୀ
ଝାରସୁଗୁଡା: ୨୫ ଡ଼ିଗ୍ରୀ
ସମ୍ବଲପୁର:୨୧ ଡ଼ିଗ୍ରୀ

Get real time updates directly on you device, subscribe now.