୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଅଙ୍ଗନବାଡିକୁ ଶଶକ୍ତ କରିବାକୁ ଆସିଲା ସ୍ୱତନ୍ତ୍ର ଆପ୍‌ ‘AWESOME’ ।

ଭୁବନେଶ୍ବର; ଆସନ୍ତା ୧ ରୁ ୧୧ ଯାଏଁ ରାଜ୍ୟରେ ଚାଲିବ ‘ଆସ ବୁଲିଯିବା ଅଙ୍ଗନବାଡ଼ି’ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଭିଭାବକ ଓ ସାଧାରଣ ଲୋକ ଅଙ୍ଗନବାଡ଼ି କେନ୍ଦ୍ର ଯାଇ ସ୍ଥିତି ପରଖିବେ । ସେମାନଙ୍କ ମତାମତକୁ ନେଇ ଅଙ୍ଗନବାଡ଼ି ଭିତ୍ତିଭୂମି ଆହୁରି ସୁଦୃଢ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

AWESOME ଆପ୍‌ ଜରିଆରେ ବିଭିନ୍ନ ବିଷୟରେ ଫିଡ୍‌ବ୍ୟାକ ଦେଇପାରିବେ ସାଧାରଣ ଲୋକେ । ପ୍ରକାଶଥାଉକି, ଅଙ୍ଗନବାଡିକୁ ଶଶକ୍ତ କରିବାକୁ ସ୍ୱତନ୍ତ୍ର ଆପ୍‌ ‘AWESOME’ ଲଞ୍ଚ କରାଯାଇଛି ।

ଏହି ଆପ୍‌ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ଅଙ୍ଗନବାଡ଼ି କର୍ମୀ । ଆପ୍‌ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ଫିଡ୍‌ ବ୍ୟାକ ଦେଇ ପାରିବେ । ଆପ୍‌ର ବିକାଶ ପାଇଁ NIPCCD ସହ ମହିଳା ଓ ଶିଶୁ ବିକାଶ ବିଭାଗର MOU ହୋଇଥିବା ପ୍ରଭାତି ପରିଡ଼ା କହିଛନ୍ତି ।