fbpx

(Video) ଲୋକସଭା ସାଂସଦ ଭାବେ ଶପଥ ନେବା ସମୟରେ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’….. ନାରା ଦେଲେ ଓୱେସୀ

ନୂଆଦିଲ୍ଲୀ: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ଏଆଇଏମଆଇଏମ ମୁଖ୍ୟ ଅସାସୁଦ୍ଦିନ ଓୱେସୀ ସାଂସଦ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଶପଥ ଗ୍ରହଣ ପରେ ଓୱେସୀ ‘ଜୟ ଫିଲିସ୍ତୀନ’, ‘ଜୟ ଭୀମ’, ଜୟ ତେଲେଙ୍ଗାନା’ ….. ଆଦି ନାରା ଦେଇଥିଲେ । ଓୱେସୀ ୫ ଥର ପାଇଁ ଲୋକସଭାର ସାଂସଦ ଭାବେ ଶପଥ ନେଇଥିଲେ । ଭାରତବର୍ଷର ଲୋକଙ୍କ ସମସ୍ୟାକୁ ସେ ସଚ୍ଚୋଟତାର ସହିତ ଉଠାଇବେ ବୋଲି ଏହି ଅବସରରେ କହିଥିଲେ । ତେବେ ଓୱେସୀଙ୍କ ଶପଥ ଗ୍ରହଣ ସମୟର ଏକ ଭିଡିଓ ସାମ୍ନାକୁ ଆସିଛି ।

ତେବେ ଶପଥ ଗ୍ରହଣ ସମୟରେ ଓୱେସୀ ‘ଜୟ ଫିଲିସ୍ତିନୀ’… ଆଦି ନାରା ଦେବାକୁ ନେଇ ରାଜନୈତିକ ମହଲରେ ବିବାଦ ସୃଷ୍ଟି ହୋଇଛି । ଏନେଇ ଓୱେସୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ‘ମୁଁ କେବଳ ‘ଜୟ ଭୀମ, ଜୟ ମୀମ, ଜୟ ତେଲେଙ୍ଗାନା, ଜୟ ଫିଲିସ୍ତିନୀ’ କହିଛି । ସମସ୍ତେ କ’ଣ କ’ଣ କହିଛନ୍ତି ତାହା ଆପଣମାନେ ଶୁଣନ୍ତୁ । ଏହା କିପରି ବିରୋଧୀ, ସେନେଇ ସମ୍ବିଧାନର ପ୍ରାବଧାନ ମୋତେ ଦେଖାନ୍ତୁ । ବିଜେପି ନେତା କିଶନ ରେଡ୍ଡୀ ଓୱେସୀଙ୍କ ଏହି ନାରାକୁ ବିରୋଧ କରିବା ସହ ତାହାକୁ ରେକର୍ଡରୁ ହରାଇବାକୁ ଦାବି କରିଛନ୍ତି । ଏହାର ଜବାବରେ ଓୱେସୀ କହିଛନ୍ତି, ବିରୋଧ କରିବା ହେଉଛି କିଶନ ରେଡ୍ଡୀଙ୍କ କାମ । ମୁଁ ଯାହା କହିବାର ଥିବା ତାହା କହିଦେଇଛି । ସେମାନଙ୍କୁ ଖୁସି କରିବା ପାଇଁ ଆମେ କାହିଁକି କିଛି କରିବୁ? ତେବେ ଓୱେସୀ ଗୋଟିଏ ପଟେ ସମ୍ବିଧାନ କଥା କହୁଛନ୍ତି, ଅନ୍ୟପଟେ ସମ୍ବିଧାନ ବିରୋଧୀ ନାରାବାଜୀ ଦେଉଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି ।

Get real time updates directly on you device, subscribe now.