fbpx

ରାଜଧାନୀରେ ଆଶା କର୍ମୀଙ୍କୁ ଫାର୍ସାରେ ହାଣିଲେ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦିନକୁ ଦିନ ଅଶାନ୍ତିର ସହର ପାଲଟିଛି ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ କିଛି ବ୍ୟକ୍ତି ଜଣେ ଆଶା କର୍ମୀ ଓ ତାଙ୍କ ଭାଇଙ୍କୁ ଫାର୍ସାରେ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ୟାପିଟାଲ ହସ୍ପିଟାଲ ପଛପଟ ତାରିଣୀ ବସ୍ତିରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।

ହସ୍ପିଟାଲରେ ଆଶା କର୍ମୀ ଭାବରେ କାମ କରୁଥିବା ରଞ୍ଜୁ ନାୟକ ଓ ତାଙ୍କ ଭାଇ ମନୋରଞ୍ଜନ ନାୟକଙ୍କ ଉପରକୁ ଆକ୍ରମଣ କରାଯାଇଛି । ଲୁହା ରଡ ଚୋରିକୁ ନେଇ ଏହି ଆକ୍ରମଣ ହୋଇଥିବା ବେଳେ ସ୍ଥାନୀୟ ବସ୍ତିର ସାହିଲ, ମଣ୍ଟୁ ଓ ସୂର୍ଯ୍ୟ ହାଣିଥିବା ନେଇ ଅଭିଯୋଗ କରାଯାଇଛି । ଆକ୍ରମଣରେ ଗୁରୁତର ହୋଇଥିବା ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ୩ ଅଭିଯୁକ୍ତ ଫେରାର ଅଛନ୍ତି । ଅନ୍ୟପକ୍ଷରେ ସାହିଲର ପିତାକୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ୍ ।

Get real time updates directly on you device, subscribe now.