fbpx

ଫେଲ୍ ମାରିଲା ‘ବାଜ୍ ବଲ୍‌’: ଇଂଲଣ୍ଡ ମୁହଁରୁ ବିଜୟ ଛଡ଼ାଇ ଆଣିଲେ କମିନ୍ସ, ୨ ଉଇକେଟ୍‌ରେ ଜିତିଲା ଅଷ୍ଟ୍ରେଲିଆ

Advertisement

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟିମ୍ ଆସେସ୍ ସିରିଜ ୨୦୨୩ ବିଜୟ ସହିତ ଆରମ୍ଭ କରିଛି । ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ୍‌ରେ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍‌ରେ କଙ୍ଗାରୁ ଦଳ ୨ ୱିକେଟ୍ ରେ ଜବରଦସ୍ତ ବିଜୟ ହାସଲ କରିଛି । ଏହା ସହିତ ଆକ୍ରମଣାତ୍ମକ ରଣକୋଶଳ ଓ ବିସ୍ପୋରକ ବ୍ୟାଟିଂକୁ ଆଧାର କରି ଟେଷ୍ଟ କ୍ରିକେଟ୍‌ରେ ପରିବର୍ତ୍ତନ ଆଣିଥିବା ଦାବି କରୁଥିବା ଇଂଲଣ୍ଡର ‘ବାଜ୍ ବଲ୍’ ଶେଷରେ ଫେଲ୍ ମାରିଛି ।

୨୮୧ ରନ୍‌ର ପିଛା କରିଥିବା ଅଷ୍ଟ୍ରେଲିଆ ଅନ୍ତିମ ଦିନରେ ୧୭୧ ରନ୍ ଆବଶ୍ୟକ କରୁଥିଲା ଏବଂ ହାତରେ ୭ ୱିକେଟ୍ ରହିଥିଲା । ତେବେ ଘରୋଇ ଇଂଲଣ୍ଡ ଶେଷ ଦିନରେ ବୋଲିଂ କରି ୮ ୱିକେଟ୍ ନେବାରେ ସଫଳ ହୋଇଥିଲା । ଶେଷ ଦୁଇ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୫୫ ରନ୍ ଆବଶ୍ୟକ ହେଉଥିବା ବେଳେ ଇଂଲଣ୍ଡ ପାଇଁ ବିଜୟ ସହଜ ଲାଗୁଥିଲା । କିନ୍ତୁ କ୍ରଜ୍‌ରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଏବଂ ନାଥାନ ଲିୟନ ଚିତ୍ତାକର୍ଶକ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନର୍ ଉସମାନ୍ ଖୱାଜା ତାଙ୍କର ଜଲୱା ଦେଖାଇଥିଲେ । ଉଭୟ ଇନିଂସ୍‌ରେ ସେ ୧୪୧ ଏବଂ ୬୫ ରନ୍‌ର ପାଳି ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଏବେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣି ଲାଭ କରିଛି ।

ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ୧୦୭/୩ ସ୍କୋର ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ବର୍ଷା ହେତୁ ପ୍ରଥମ ଅଧିବେଶନ ଖେଳ ଧୋଇ ହୋଇଯାଇଥିଲା । ସ୍କଟ ବୋଲାଣ୍ଡ (୨୦) ରୂପରେ ଅଷ୍ଟ୍ରେଲିଆ ଦିନର ପ୍ରଥମ ଝଟକା ପାଇଥିଲା । ଏହାପରେ ଟ୍ରାଭିସ୍ ହେଡ୍ (୧୩) ବିଶେଷ କିଛି ପ୍ରଦର୍ଶନ କରି ପାରି ନଥିଲେ । ଟି ବ୍ରେକ୍ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଥିଲା । ଖୱାଜା ପଞ୍ଚମ ୱିକେଟ୍ ପାଇଁ କ୍ୟାମେରନ୍ ଗ୍ରୀନ୍ (୨୮) ଙ୍କ ସହ ୪୯ ରନ୍ ପାର୍ଟନରସିପ୍ କରିଥିଲେ ଅଷ୍ଟ୍ରେଲିଆକୁ ବିଜୟର ନିକଟତର କରିଥିଲେ ।

ତେବେ ଏହି ସମୟରେ ଜୋରଦାର ସଂଘର୍ସ କରି ଇଂଲଣ୍ଡ କାମରେନ୍ ଗ୍ରିନ୍‌ଙ୍କ ଉଇକେଟ୍ ପାଇଥିଲା । ଏହା ସହିତ ମ୍ୟାଚ୍‌ର ଗତିତ୍ପ ବଦଳି ଯାଇଥିଲା । ସପ୍ତମ ଖେଳାଳି ଭାବରେ ୭୨ ତମ ଓଭରରେ ଖାୱାଜା ଆଉଟ୍ ହୋଇଥିଲେ । ଆଲେକ୍ସ କେରେ (୨୦) ଆଉଟ୍ ହୋଇଥିଲେ । ଦଳ ୨୨୭ ରନ୍‌ରେ ୮ ୱିକେଟ୍ ହରାଇବା ପରେ ସଂଘର୍ଷ କରିଥିଲା । ଲାଗୁଥିଲା ଯେ ମ୍ୟାଚ୍ ଅଷ୍ଟ୍ରେଲିଆର ହାତରୁ ଖସିଯିବ କିନ୍ତୁ କମିନ୍ସ ଏବଂ ଲିଓନ୍ ଶେଷ ପର୍ଯ୍ୟନ୍ତ ଠିଆ ହୋଇ ଦଳ ପାଇଁ ବିଜୟ ରନ୍ ସ୍କୋର କରିଥିଲେ ।

Get real time updates directly on you device, subscribe now.