fbpx

(Video) ବିଜେପି ମଞ୍ଚରେ ଅଶୋକ ଚହ୍ୱାନ କହିଦେଲେ ଏପରି କଥା.., ହସିବାକୁ ଲାଗିଲେ ସମସ୍ତେ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଜି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ସେ କଂଗ୍ରେସରେ ୩୮ ବର୍ଷର କାର୍ଯ୍ୟକାଳ ପରେ ବିଜେପିରେ ସାମିଲ ହୋଇଛନ୍ତି । ସାମିଲ ହେବାର କିଛି ସମୟ ପରେ ଅଶୋକ ଚହ୍ୱାନଙ୍କ ମଞ୍ଚରେ ଦେଉଥିବା ଭାଷଣରେ ତାଙ୍କ ପାଟିରୁ କଥା ଖସିଯାଇଛି । ସେ ଭୁଲରେ ମୁମ୍ବାଇ ବିଜେପି ପ୍ରମୁଖ ଆଶୀଷ ଶେଲାରଙ୍କୁ ‘ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ’ କହିଦେଇଛନ୍ତି । ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଲୋକେ ହସିବାକୁ ଲାଗିଛନ୍ତି । ଏହି ଘଟଣା ସେତେବେଳେ ହେଲା ଯେତେବେଳେ ଚହ୍ୱାନ ଆଜି ମୁମ୍ବାଇରେ ବିଜେପିରେ ସାମିଲ ହେବା ପରେ ମିଡିଆକୁ ସମ୍ବୋଧିତ କରୁଥିଲେ । ଏହାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

ସମସ୍ତେ ଜୋରରେ ହସିବା ପୂର୍ବରୁ ମହାରାଷ୍ଟର ଉପମୁଖ୍ୟମନ୍ତ୍ରୀ ତାକୁ ସୁଧାରିଥିବା ଦେଖାଯାଇଛି । ଭୁଲ ପାଇଁ କ୍ଷମା ମାଗି ଚହ୍ୱାନ କହିଛନ୍ତି ଯେ, ମୁଁ ସଙ୍ଗେ ସଙ୍ଗେ ବିଜେପିରେ ସାମିଲ ହୋଇଛି । ଏଥିପାଇଁ ଭୁଲ ହୋଇଗଲା । ମୁଁ କଂଗ୍ରେସରେ ୩୮ ବର୍ଷ ରହିବା ପରେ ବିଜେପିରେ ସାମିଲ ହୋଇ ଏକ ନୂଆ ଯାତ୍ରା ଆରମ୍ଭ କରିଛି ।

ଚହ୍ୱାନ ଆଗକୁ କହିଛନ୍ତି ଯେ, ସେ ସର୍ବଦା ସକରାତ୍ମକ ରାଜନୀତିରେ କାର୍ଯ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶର ସଂକଳ୍ପ ନେଇଛନ୍ତି । ବେଳେ ବେଳେ ମୋ ଉପରେ ତାଙ୍କର ବିରୋଧ କରୁଥିବା ଅଭିଯୋଗ ଲଗାଯାଇଛି । ହେଲେ ମୁଁ ସର୍ବଦା ସକରାତ୍ମକ ରାଜନୀତିରେ ଥାଏ ।

Get real time updates directly on you device, subscribe now.