fbpx

କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ଅଶୋକ: ଲୋକଙ୍କୁ ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍

କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି । ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚିକିତ୍ସା ପାଇଁ ବେଡ୍ ଓ ଅକ୍ସିଜେନର ଅତ୍ୟଧିକ ଆବଶ୍ୟକତା ପଡ଼ୁଛି । ବର୍ତ୍ତମାନ ସମୟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ଏଭଳି ଦୁଃଖଦ ସମୟରେ ଲୋକଙ୍କୁ ସେବା କରିବାକୁ ଆଗେଇ ଆସିଛନ୍ତି କେନ୍ଦୁଝରର ଜଣେ ବ୍ୟକ୍ତି ।

ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି କେନ୍ଦୁଝର ସହରରେ ରୁହନ୍ତି । ସେ ନିଜ ପାଖରେ ଅକ୍ସିଜେନ୍ ମହଜୁଦ ରଖି ଲୋକଙ୍କୁ ଅସୁବିଧା ସମୟରେ ମାଗଣାରେ ଯୋଗାଉଛନ୍ତି । ସେ ୨୩ଟି ପୁରୁଣା ସିଲିଣ୍ଡରେ ଅକ୍ସିଜେନ ଭର୍ତ୍ତି କରି ଲୋକଙ୍କୁ ସେବା କରି ଆସୁଛନ୍ତି । ସେ ଏନେଇ ସୋସିଆଲ ମିଡ଼ିଆରେ ପ୍ରଚାର କରିଥିଲେ । ସେ କେନ୍ଦୁଝରଠାରୁ ୨୦ କିମି ଦୂର ଅକ୍ସିଜେନ ରିଫିଲିଂ ପ୍ଲାଣ୍ଟକୁ ଯାଇ ନିଜେ ଖର୍ଚ୍ଚ କରି ସିଲିଣ୍ଡର ରିଫିଲିଂ କରାଉଛନ୍ତି । ତାଙ୍କଠାରୁ ଅକ୍ସିଜେନ ନେଇ ପ୍ରାୟ ୩୦ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ଅଶୋକ ପ୍ରକାଶ କରିଛନ୍ତି । ଅଶୋକଙ୍କ ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଲୋକମାନେ ‘ଅକ୍ସିଜେନ ମ୍ୟାନ୍’ ବୋଲି କହୁଛନ୍ତି ।

Get real time updates directly on you device, subscribe now.