fbpx

Team Indiaର ଡ୍ରେସିଙ୍ଗ ରୁମ ମାହୋଲ ଆଉ ଭଲ ନାହିଁ! ଆଉ କେହି ବନ୍ଧୁ ବି ନାହାନ୍ତି: ଅଶ୍ୱୀନ

Advertisement

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପରାଜୟ ପରେ ଟିମ ଇଣ୍ଡିଆକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଷ୍ଟାର ପ୍ଲେୟର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସାମିଲ କରାଯାଇ ନଥିଲା । ଯାହାକୁ ନେଇ ଖୁବ ଆଲୋଚନାର ଶିକାର ହୋଇଛି ଟିମ ମ୍ୟାନେଜମେଣ୍ଟ । ଏହାପରେ ଅଶ୍ୱୀନ ଭାରତୀୟ ଦଳର ଡ୍ରେସିଙ୍ଗ ରୁମକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅଶ୍ୱୀନଙ୍କର ଏହି ବୟାନ ପ୍ରାୟ ସବୁ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଏକ ଝଟକା ଲାଗିପାରେ ।

ଅଶ୍ୱୀନଙ୍କର ଏକ ବୟାନ ବର୍ତ୍ତମାନ ଟିମ ଇଣ୍ଡିଆ ଭିତରେ ଚାଲିଥିବା ସବୁ ଗୁମର ଫିଟାଇ ଦେଇଛି । ଏକ ସାକ୍ଷାତକାରରେ ଅଶ୍ୱୀନଙ୍କୁ ଦଳର ଡ୍ରେସିଙ୍ଗ ରୁମ ଏବଂ ଏହା ଭିତରେ ଖେଳାଳିମାନଙ୍କ ସମ୍ପର୍କ ଉପରେ ପଚରାଯାଇଥିଲା । ଏହାର ଉତ୍ତରରେ କହିଛନ୍ତି ଯେ, ବର୍ତ୍ତମାନ ଭାରତୀୟ ଡ୍ରେସିଙ୍ଗ ରୁମରେ କେହି ବନ୍ଧୁ ହୋଇ ନାହାନ୍ତି । ପ୍ରାୟ ସମସ୍ତେ କଲିଗ ବା ସାଥୀ କର୍ମଚାରୀ ଭଳି ବ୍ୟବହାର ରଖୁଛନ୍ତି । ପୂର୍ବରୁ ଡ୍ରେସିଙ୍ଗ ରୁମରେ ସମସ୍ତେ ବନ୍ଧୁ ଭଳି ଚଳୁଥିଲେ । କାରଣ ଏବେ ସମସ୍ତେ ନିଜକୁ ବଡ ଏବଂ ସମସ୍ତଙ୍କୁଠୁ ଆଗରେ ଥିବା ଚିନ୍ତା କରୁଛନ୍ତି ।

Amidst all the chaos': Ravichandran Ashwin's explosive reaction after  notable omission from WTC final vs Australia | Flipboard

ଅଶ୍ୱୀନ ଆହୁରି କହିଛନ୍ତି ଯେ, କ୍ରିକେଟରେ ବିଭିନ୍ନ କଥା ଏବଂ ଘଟଣା ବିଷୟରେ ସେୟାର କରିବା ଦ୍ୱାରା ଖେଳାଳିର କୌଶଳ ଏବଂ ଷ୍ଟାଇଲରେ ପରିବର୍ତ୍ତନ ହୁଏ ଏବଂ ସେ ଆଗକୁ ବଢେ । ବିଭିନ୍ନ ଟେକନିକ ବିଷୟରେ ଆଲୋଚନା କରିବା ଦ୍ୱାରା ଅନେକ କିଛି ଜାଣିବାକୁ ମିଳିଥାଏ, କିନ୍ତୁ ଏବେ ଏଠାକୁ କେହି ଆସୁନାହାନ୍ତି । ଆଜି ଡ୍ରେସିଙ୍ଗ ରୁମରେ ସମସ୍ତଙ୍କଠୁ ଅଲଗା ରହିବା ଭଳି ମନେ ହେଉଛି । ତେବେ ବର୍ତ୍ତମାନ ଅଶ୍ୱୀନ ଡିଣ୍ଡିଗୁଲ ଡ୍ରାଗନ୍ସ ତରଫରୁ ତାମିଲନାଡୁ ପ୍ରିମିୟର ଲିଗରେ ନିଜ ଜଲୱା ଦେଖାଉଛନ୍ତି । ତେବେ ଆସନ୍ତା ୱେଷ୍ଟଇଣ୍ଡିଜ ଗସ୍ତରେ ଅଶ୍ୱୀନଙ୍କୁ ପୁଣିଥରେ ଦଳରେ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.