fbpx

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଶ୍ୱିନୀ ବୈଷ୍ଣବ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ସବୁଆଡେ ଚର୍ଚ୍ଚା । ଆଜି ସନ୍ଧ୍ୟା ୬ଟାରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି ସମ୍ଭାବ୍ୟ ମନ୍ତ୍ରୀ ଓ ବରିଷ୍ଠ ନେତା । ଓଡ଼ିଶାରୁ ମଧ୍ୟ ଏଥର ସମ୍ପ୍ରସାରଣରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ଅଦଳବଦଳକୁ ନେଇ ଓଡ଼ିଶା କ୍ୟାଡ଼ରର ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନ ବୈଷ୍ଣବ ମୋଦୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଅନ୍ୟପଟେ ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ସେ ବି ଏବେ ଦିଲ୍ଲୀରେ ଥିବା ଜଣାପଡିଛି ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଓ ଜେପି ନଡ୍ଡା ମୋଦୀଙ୍କବାସଭବନରେ ପହଞ୍ଚିଥିବା ବେଳେ ସମ୍ଭାବ୍ୟ ନେତାମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ନାରାୟଣ ରାଣେ, ମୀନାକ୍ଷୀ ଲେଖି, ଅନୁପ୍ରିୟା ପଟେଲ, ରୀତା ବହୁଗୁଣା ଯୋଶୀ, କପିଲ ପାଟିଲ, ପଶୁପତି ପାରସ, ଶାନ୍ତନୁ ଠାକୁର ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହା ସହ ହିନା ଗୋବିତ, ଅଜୟ ଭଟ୍ଟ, ଅଗୟ ମିଶ୍ରା, ପୁନମ ମହାଜନ, ପ୍ରୀତମ ମୁଣ୍ଡେ, ଭୂପେନ୍ଦ୍ର ଯାଦବ ଆଦି ସେଠାରେ ପହଞ୍ଚିଛନ୍ତି ।

ତେବେ ୨୦୨୨ରେ ହେବାକୁ ଥିବା ୫ ରାଜ୍ୟ ବିଧାନସଭାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ଗଠନ କରାଯିବ । ସେଥିପାଇଁ ଫୋକସରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ବିହାରକୁ ରଖାଯାଇଥିବା ଜଣାପଡ଼ିଛି । ବିଶେଷ କ୍ଷେତ୍ରରେ ସ୍ୱତନ୍ତ୍ର ଦକ୍ଷତାଧାରୀ କିଛି ସାଂସଦ ଓ ସହଯୋଗୀ ଦଳ ସ୍ଥାନ ପାଇ ପାଇପାରନ୍ତି । ପଛୁଆ ବର୍ଗ, ମହିଳା ଓ ଯୁବବର୍ଗଙ୍କ ନାମ ବି ଚର୍ଚ୍ଚାରେ ରହିଛି ।

Get real time updates directly on you device, subscribe now.