fbpx

ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା: କହିଲେ- ”ଏହାକୁ ଅନୁମତି ଦେଇ ପାରିବୁ ନାହିଁ’,

ନୂଆଦିଲ୍ଲୀ: ଗୁଗୁଲ ମାର୍ଚ୍ଚ ୧ ଶୁକ୍ରବାର ଦିନ ୧୦ ଟି ଭାରତୀୟ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ ଟି ଭାରତୀୟ ଆପ୍ ହଟାଇଛି । ଆପ ମାଲିକମାନେ ସେବା ଦେୟ ଦେଉ ନାହାଁନ୍ତି ବୋଲି ଗୁଗୁଲ କହିଛି । ଗୁଗୁଲ୍ ଅନୁଯାୟୀ, ବିଲିଂ ପଲିସି ଅନୁସରଣ କରୁନଥିବା ଆପ୍ ଡେଭଲପର୍ସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆପ୍କୁ ନେଇ ଗୁଗଲ୍ ର ଏହି ପଦକ୍ଷେପ ପରେ ଏବେ ଭାରତ ସରକାର ମଧ୍ୟ କଠୋର ହୋଇଛନ୍ତି। ହଟାଯାଇଥିବା ଲୋକପ୍ରିୟ ଆପ ମଧ୍ୟରେ ଅଛନ୍ତି ନୌକରି ଡଟକମ, ସାଦିଡଟକମ, ଇଣ୍ଡିଆନମାଟ୍ରମୋନି, ଅଲ୍ଟବାଲାଜି,୯୯ଏକର୍ସ, କୁକୁଏଫଏମ, ଷ୍ଟେଜ୍ ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ,କୌଣସି ପ୍ରକାରେ ଗୁଗୁଲକୁ ଏହି ଆପକୁ ହଟାଇବାକୁ ଅନୁମତି ଦିଆଯିବ ନାହିଁ । ବିଲ୍ ପୈଠ ବିବାଦର ସମାଧାନ ପାଇଁ ସରକାର ଆସନ୍ତା ସପ୍ତାହରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ଗୁଗୁଲ, ଗୁଗୁଲ ପ୍ଲେ ଷ୍ଟୋର ଏବଂ ଆପ୍ ଡେଭଲପର୍ ଙ୍କ ସହ ସରକାରୀ ଲୋକମାନେ ଯୋଗଦେବେ।

ଗୁଗୁଲ୍ ତରଫରୁ କୁହାଯାଇଛି ଯେ ୨ ଲକ୍ଷରୁ ଅଧିକ ଭାରତୀୟ ଆପ୍ ଡେଭଲପର୍ ଗୁଗୁଲ୍ ପ୍ଲେ ଷ୍ଟୋର୍ ବ୍ୟବହାର କରୁଛନ୍ତି। କଂପାନି ର କହିବା ଅନୁଯାୟୀ, ସମସ୍ତ ଡେଭଲପର୍ସଙ୍କ ପାଇଁ ଗୋଟିଏ ପଲିସି ରହିଛି, ସେ ବଡ଼ ଡେଭଲପର ହୁଅନ୍ତୁ କିମ୍ବା ଛୋଟ ଆପ୍ ଡେଭଲପର୍ । କିନ୍ତୁ କିଛି ଆପ୍ ଡେଭେଲପର ଅଛନ୍ତି ଯେଉଁମାନେ ବିଲିଂ ପଲିସି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ତାଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ସେ ଶୁଣିନଥିଲେ, ଯାହାଫଳରେ ଆପ୍ଗୁଡ଼ିକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା।

Get real time updates directly on you device, subscribe now.