fbpx

୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ଅନୁରୋଧ କଲା ASI; ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛନ୍ତି ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ୪ ସପ୍ତାହ ପର୍ଯ୍ୟନ୍ତ ଜ୍ଞାନବାପୀ ରିପୋର୍ଟ ପ୍ରକାଶ ନ କରିବାକୁ ବାରାଣସୀ ଅଦାଲତକୁ ଅନୁରୋଧ କଲା (ଏଏସ୍ଆଇ) ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା।  ସେମାନେ ଜ୍ଞାନବାପୀ ଉପରେ ସିଲ୍ କଭରରେ ଦାଖଲ କରିଥିବା ରିପୋର୍ଟକୁ ୪ ସପ୍ତାହ ପର୍ଯ୍ୟନ୍ତ ସାର୍ବଜନୀନ କରନ୍ତୁ ନାହିଁ ବୋଲି କହିଛି ASI। ଜ୍ଞାନବାପି ମସଜିଦ ପରିସରରେ ଏଏସଆଇ ରିପୋର୍ଟ ପାଇବା ପାଇଁ ଆବେଦନକାରୀମାନେ ଦାଖଲ କରିଥିବା ଆବେଦନ ଉପରେ ବୁଧବାର ବାରଣାସୀ ଜିଲ୍ଲା ଅଦାଲତ ନିଷ୍ପତ୍ତି ନେଇନାହାନ୍ତି। ଡିସେମ୍ବର ୧୮ ରେ ଏଏସଆଇ ଏହି ରିପୋର୍ଟକୁ ସିଲ୍ କଭରରେ କୋର୍ଟରେ ଦାଖଲ କରିଥିଲା। ସେବେଠାରୁ ହିନ୍ଦୁ ପକ୍ଷ ଏହି ରିପୋର୍ଟ ପାଇବାକୁ ଚେଷ୍ଟା ଚଳାଇଛନ୍ତି। ଏଥିସହିତ ଏହି ରିପୋର୍ଟକୁ ସାର୍ବଜନୀନ ନ କରିବାକୁ ମୁସଲିମ ପକ୍ଷକୁ ଅନୁରୋଧ କରାଯାଉଛି।

ମାମଲାର ଶୁଣାଣି କରି ଜିଲ୍ଲା ଜଜ୍ ଡାକ୍ତର ଅଜୟ କୃଷ୍ଣ ବିଶ୍ୱେଶଙ୍କ ଅଦାଲତ ଜାନୁଆରି ୩ ତାରିଖକୁ ରାୟ ଦେବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। କିନ୍ତୁ କୋର୍ଟ ଆଜି ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆଉ ଏବେ ଆସନ୍ତାକାଲି ଏହି ନିଷ୍ପତ୍ତି ଆସିବ ବୋଲି ଆଶା କରାଯାଉଛି । କିନ୍ତୁ ବୁଧବାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ଆସନ୍ତା ୪ ସପ୍ତାହ ପର୍ଯ୍ୟନ୍ତ ଏହାର ରିପୋର୍ଟ ସାର୍ବଜନୀନ ନ କରିବାକୁ ଏଏସ୍ଆଇ କୋର୍ଟଙ୍କୁ ଅନୁରୋଧ କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଏଏସଆଇ ଏହି ଦାବି କରିଛି। ନିକଟରେ ହାଇକୋର୍ଟ ୧୯୯୧ ମସିହାର ମୂଳ ଶୁଣାଣିର ପୁନଃ ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏଏସ୍ ଆଇ ଆବେଦନରେ ଲେଖିଛି ଯେ ଡିସେମ୍ବର ୧୮ ତାରିଖରୁ ଏଏସ୍ଆଇ କୋର୍ଟରେ ରିପୋର୍ଟ ଦାଖଲ କରିଥିବା ବେଳେ ଡିସେମ୍ବର ୧୯ରେ ଜ୍ଞାନବାପିଙ୍କ ମାମଲାରେ ହାଇକୋର୍ଟ ଏଏସ୍ଆଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶୁଣାଣି ସରିବା ପର୍ଯ୍ୟନ୍ତ ଅଦାଲତ ତାଙ୍କୁ ଆଉ ୪ ସପ୍ତାହ ସମୟ ଦେବା ଉଚିତ।

Get real time updates directly on you device, subscribe now.