fbpx

BIG BREAKING: ସମ୍ବଲପୁରରେ ପୋଲିସର ଲାଠି ଚାର୍ଜ, ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣନ୍ତୁ

ଓଡିଶା ଭାସ୍କର: ସମ୍ବଲପୁରରେ ପୋଲିସର ଲାଠି ଚାର୍ଜ। ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଏହି ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ଉପରକୁ ଉତ୍ୟକ୍ତ ଲୋକେ ଢେଲା ମାଡ଼ ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ଏକ ବସ୍ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମ୍ବଲପୁର ଟାଉନର ଲକ୍ଷ୍ମୀ ଟକିଜ ଛକରେ ଘଟିଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍‌ ଭଙ୍ଗାରୁଜା କରିଥିବା ସାମ୍ନାକୁ ଆସିଥିଲା। ତେବେ ସ୍ଥିତି ବାହାରକୁ ଯାଉଥିବା ଦେଖି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। କିନ୍ତୁ ଉତ୍ୟକ୍ତ ଲୋକ ବୁଝିବାକୁ ସମ୍ପୂର୍ଣ୍ଣ ନାରାଜ ଥିଲେ। ଶେଷରେ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଏହି ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ମାଡ଼ ମଧ୍ୟ କରିଛନ୍ତି।

ସୂଚନା ଥାଉକି, ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ ଓ କାର୍ୟ୍ୟାନୁଷ୍ଠାନ ଦାବିରେ ତାଙ୍କର ପରିବାର ଲୋକେ ଓ ସମର୍ଥକ ମାନେ ରାସ୍ତାରୋକ କରିଥିଲେ। ଯାହା ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା କରିଥିବା ବସ୍‌କୁ ଭଙ୍ଗାରୁଜା କରିଛନ୍ତି। ଅନ୍ୟପଟେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଅଟକ ରଖି ପଚରାଉଚରା କରୁଛି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଆମ୍ବେଦକର ନଗରର ଏହି ମୃତ ନାବାଳକ ତାଙ୍କ ମାଆଙ୍କ ପାଇଁ ମେଡିସିନ୍‌ ଆଣିବାକୁ ସମ୍ବଲପୁର ଟାଉନ୍‌କୁ ଯାଉଥିଲେ। ତେବେ ଟାଉନ୍‌ର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ସ୍କୁଟିକୁ ବସ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.