fbpx
BSKY
BJD YOUTH SKY
BJD MS SKY

Asia Cup 2022: ଆଜି ଟିମ୍ ଇଣ୍ଡିଆ ପାଇଁ କର ବା ମର ମୁକାବିଲା…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ର ସୁପର ୪ ର ଦ୍ୱିତୀୟ ମ୍ୟାଚରେ ଭାରତ ଆଜି ଶ୍ରୀଲଙ୍କାକୁ ଭେଟିବ । ଏହି ମୁକାବିଲା ଟିମ୍ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି ହେବ । ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ରେ ପରାଜୟ ହେଉଛି ତେବେ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେସ୍ ରୁ ବାହାର ହେବ । ଯଦି ମୁକାବିଲା ଜିତୁଛି ତା’ହେଲେ ଟିମ୍ ଫାଇନାଲରେ ପହଞ୍ଚିବ । ସୁପର ୪ ର ପ୍ରଥମ ମ୍ୟାଚରେ ଭାରକୁ ପାକିସ୍ତାନ ଠାରୁ ୫ ୱିକେଟ୍ ରୁ ପରାଜୟ ସାମ୍ନା କରିବାକୁ ପଡ଼ିଥିଲା ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମରେ ସୁପର ୪ ର ତୃତୀୟ ମ୍ୟାଚ୍ ଆଜି ଅର୍ଥାତ୍ ୬ ସେପ୍ଟେମ୍ବରରେ ସନ୍ଧ୍ୟା ୭ ଟାରେ ଖେଳାଯିବ । ଶ୍ରୀଲଙ୍କା ଟିମ୍ ଏହାର ପ୍ରଥମ ମ୍ୟାଚ୍ ରେ ଆଫଗାନିସ୍ତାନକୁ ହରାଇଥିଲା । ଫଳରେ ଟିମ୍ ର ମନୋବଳ ଦୃଢ଼ ରହିଛି ।

ଭାରତୀୟ କ୍ରିକେଟ ଦଳ ଏସିଆ କପ୍ ୨୦୨୨ ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇଥିଲା । ଷ୍ଟେଜ୍ ୨ ରେ ହଂକଂ କୁ ହରାଇଥିଳା । ଅବଶ୍ୟ ସୁପର ୪ ରେ ପ୍ରଥମ ମ୍ୟାଚରେ ଭାରତକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା । ଏପରି ସ୍ଥିତିରେ ଆଜିର ମ୍ୟାଚରେ ଭାରତରେ ପ୍ଲେଇଂ ଇଲେଭେନ୍ କିଭଳି ରହିବ ତାହା ଉପରେ ନଜର ରହିଛି ।

ପାକିସ୍ତାନ ବିରୋଧରେ ଭାରତୀୟ କ୍ରିକେଟ ଟିମ୍ ତିନିଟି ପରିବର୍ତ୍ତନ ହୋଇଥିଲା । ଦୀପକ ହୁଡ୍ଡା, ରବି ବିଶ୍ନୋଇ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସୁଯୋଗ ମିଳିଥିଲା । ଦିନେଶ କାର୍ତ୍ତିକ, ଆବେଶ ଖାନ୍ ଏବଂ ରବିନ୍ଦ୍ର ଜାଡେଜା ବାହାର ହୋଇଥିଲେ ।

Get real time updates directly on you device, subscribe now.