fbpx

ପରିସ୍ରା ସହ ଜଡ଼ିତ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ହୋଇପାରେ ଏଡସ୍

ସମଗ୍ର ବିଶ୍ୱରେ ଏଡସର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧାରିତ ଚିକିତ୍ସା ବାହାରି ନାହିଁ । ଅବଶ୍ୟ ମେଡିସିନ୍ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ । ଏଡସର ଲକ୍ଷାଧିକ ରୋଗୀ ମେଡିସିନ୍ ସାହାର୍ଯ୍ୟରେ ଜୀବନ ବିତାଉଛନ୍ତି । ଏଡସ୍ ରୋଗ ଏଚଆଇଭି ଭାଇରସରୁ ହୋଇଥାଏ, ଯାହାକୁ ହ୍ୟୁମାନ୍ ଇମ୍ୟୁନୋଡିଫିଶିଏନ୍ସି ଭାଇରସ୍ କୁହାଯାଏ । ଏହି ଭାଇରସ୍ ଶରୀରର ଇମ୍ୟୁନ ସିଷ୍ଟମ ଉପରେ ଆକ୍ରମଣ କରିଥାଏ ଓ ତାହାକୁ ଦୁର୍ବଳ କରିଥାଏ ।

ଏଚଆଇଭି ଭାଇରସର ଚିକିତ୍ସା ନହେବାରୁ ଏଡସ୍ ରୋଗ ଜନ୍ମ ହୋଇଥାଏ । ଏଚଆଇଭି ଚିହ୍ନଟ ପରେ ଯଦି ଠିକ୍ ସମୟରେ ମେଡିସିନ୍ ଖାଇବା ଆରମ୍ଭ କରନ୍ତି, ତେବେ ଏଡସ୍ ହୋଇନଥାଏ । ଫଳରେ ଏଥିରେ ଜୀବନ ଯିବାର ବିପଦ ରଥାଏ । ଏଚଆଇଭି ଏଡସ୍ ସାଙ୍ଘାତିକ ରୋଗ ହୋଇଥିଲେ ବି, ଏହାର ଲକ୍ଷଣ ଶୀଘ୍ର ଦେଖିବାକୁ ମିଳିଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଏଡସରୁ ବଞ୍ଚିବାକୁ ଚାହୁଁଥିଲେ ଏଚଆଇଭିର ଲକ୍ଷଣ ଜାଣିବା ନିହାତି ଜରୁରୀ । ସମୟ ଥାଉ ଥାଉ ଏହାର ଚିହ୍ନଟ ଓ ଚିକିତ୍ସା କରିବା ଦ୍ୱାରା ଏକ ସାଧାରଣ ଜୀବନକୁ ବଞ୍ଚାଯାଇ ପାରିବ ।

ପରିସ୍ରାରେ ଏଡସର ଲକ୍ଷଣ :-
ବରିଷ୍ଠ ଚିକିତ୍ସକ ଡକ୍ଟର କୱଲଜିତ ସିଂ ସ୍ପଷ୍ଟ କରିଛନ୍ତି ଯେ, ଯଦି କାହାକୁ ଏଚ୍.ଆଇ.ଭି ହୁଏ ତେବେ ବାରମ୍ବାର ପରିସ୍ରା ଯିବାର ସମସ୍ୟା ହୋଇପାରେ । ଅଧିକାଂଶ କ୍ଷେତ୍ରରେ, ଲୋକମାନେ ଏହାକୁ କିଡନୀ ସଂକ୍ରମଣ ବୋଲି ଭାବନ୍ତି, କିନ୍ତୁ ଏହା ଏଚଆଇଭିର ଲକ୍ଷଣ ମଧ୍ୟ ହୋଇପାରେ । ଏହି ଅବସ୍ଥାରେ ପରିସ୍ରା ଯିବା ସମୟରେ ଯନ୍ତ୍ରଣା ହୁଏ । ୟୁରିନରୁ ରକ୍ତ ବାହାରିଥାଏ ।

ବେଳେବେଳେ ମଳଦ୍ୱାରରେ ପ୍ରବଳ ଯନ୍ତ୍ରଣା ହୋଇପାରେ । ଯଦି ଜଣେ ବ୍ୟକ୍ତି ଏହି ସବୁ ସମସ୍ୟା ଅନୁଭବ କରୁଛନ୍ତି ଏବଂ ଏହି ଲକ୍ଷଣଗୁଡିକ ଲଗାତାର ରହୁଛି, ତେବେ ସେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏହାକୁ ଯାଞ୍ଚ କରିବା ଉଚିତ୍ । ଏହା ବ୍ୟତୀତ ପ୍ରୋଷ୍ଟେଟ ଗ୍ରନ୍ଥ ଫୁଲିଯିବା, ପ୍ରାଇଭେଟ ପାର୍ଟରେ କ୍ଷତ ମଧ୍ୟ ଏଚଆଇଭିର ଲକ୍ଷଣ ହୋଇପାରେ ।

ଏପରି କରନ୍ତୁ ଯାଞ୍ଚ:-
ଡାକ୍ତରମାନେ କହିଛନ୍ତି ଯେ ନିକଟସ୍ଥ କୌଣସି ଡାକ୍ତରଖାନାରେ ଏଚ୍.ଆଇ.ଭି ପରୀକ୍ଷା ସହଜରେ କରାଯାଉଛି । ଏଥିପାଇଁ ଏଚ୍ଆଇଭି କେନ୍ଦ୍ରରେ ରକ୍ତ ନମୁନା ନିଆଯାଏ । ଏକ ଆଣ୍ଟିବଡି ପରୀକ୍ଷା କରାଯାଏ । ରିପୋର୍ଟ ପଜିଟିଭ ଆସିଲେ ବ୍ୟକ୍ତିଙ୍କୁ ଏଚ୍.ଆଇ.ଭି ହୋଇଥିବା ସ୍ପଷ୍ଟ ହୋଇଥାଏ । ଏହା ବ୍ୟତୀତ ଏକ ନ୍ୟୁକ୍ଲିୟିକ୍ ଏସିଡ୍ ପରୀକ୍ଷା ମଧ୍ୟ କରାଯାଏ । ଯଦି ଏଥିରେ ଏଚ୍.ଆଇ.ଭି ନିଶ୍ଚିତ ହୁଏ, ତୁରନ୍ତ ଚିକିତ୍ସା କରାଯିବା ଉଚିତ୍ । ଏଚ୍.ଆଇ.ଭି କ୍ଷେତ୍ରରେ ଚିକିତ୍ସାରେ ବିଳମ୍ବ ହେତୁ ଏହି ଜୀବାଣୁ ଏଡସ୍ ରୋଗରେ ପରିଣତ ହୁଏ, ଯାହା ସାଂଘାତିକ ହୋଇପାରେ ।

Get real time updates directly on you device, subscribe now.