ଏସିଆ କପରେ ବୁମରା ହେବେ କି ଉପ-ଅଧିନାୟକ, ଟିମ ଇଣ୍ଡିଆର ସମସ୍ୟା କେମିତି ହେବ ସମାଧାନ
ଏସିଆ କପ୍ ୨୦୨୫: ବୁମରା ହେବେ କି ଉପ-ଅଧିନାୟକ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ର ଆରମ୍ଭ ୯ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଟିମ ଇଣ୍ଡିଆର ଘୋଷଣା ହୋଇନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଏଥର ଟି୨୦ ଫର୍ମାଟରେ ଖେଳାଯିବ। ଏଥିରେ ପୁଣିଥରେ ସୂର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିବାରେ ନଜର ଆସିବେ।
ତେବେ ବର୍ତ୍ତମାନ ପ୍ରଶ୍ନ ରହିଛି ଯେ, ଏସିଆ କପରେ କିଏ ହେବ ଉପ-ଅଧିନାୟକ। ଏହାରି ମଧ୍ୟରେ ଉପ-ଅଧିନାୟକଙ୍କୁ ନେଇ ଜସପ୍ରୀତ ବୁମରାଙ୍କ ନାଁ ସାମ୍ନାକୁ ଆସିଛି। ହେଲେ ବୁମରା ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି।
ଇଂଲଣ୍ଡ ସହ ଖେଳାଯାଇଥିବା ୫ଟିକିଆ ମ୍ୟାଚର ଟେଷ୍ଟ ସିରିଜରେ ମଧ୍ୟ ବୁମରା ୩ଟି ହିଁ ମ୍ୟାଚ ଖେଳିଥିଲେ। ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ବୁମରା ଏସିଆ କପ ୨୦୨୫କୁ ମିସ୍ ବି କରିପାରନ୍ତି।
ବୁମରା ହେବେ କି ଉପଅଧିନାୟକ: ତାଜା ରିପୋର୍ଟ ମୁତାବକ, ଜସପ୍ରୀତ ବୁମରା ଆସନ୍ତା ମାସରେ ହେବାକୁ ଥିବା ଏସିଆ କପ ୨୦୨୫ରେ ଖେଳିପାରନ୍ତି। ଯଦି ଏଭଳି ହୁଏ ତେବେ ବୁମରାକୁ ପୁଣି ଟିମ ଇଣ୍ଡିଆର ଉପଅଧିନାୟକ ମଧ୍ୟ ହୋଇପାରନ୍ତି।
ଏହା ବ୍ୟତୀତ ୱେଷ୍ଟଇଣ୍ଡିଜ ସହ ହେବାକୁ ଥିବା ପ୍ରଥମ ଟେଷ୍ଟ ମ୍ୟାଚରୁ ବୁମରାଙ୍କୁ ଆଶ୍ୱସ୍ତି ଦିଆଯାଇପାରେ। ବୁମରାଙ୍କ ବ୍ୟତୀତ ଶୁଭମନ ଗିଲ ଏବଂ ଅକ୍ଷର ପଟେଲ ମଧ୍ୟ ଉପଅଧିନାୟକ ହୋଇପାରନ୍ତି ବୋଲି ଦାବି କରାଯାଉଛି।