fbpx

ଝିଅଟିଏ ବୋଲି ଦେଉଛନ୍ତି ନିର୍ଯାତନା, ରାହା ଖୋଜୁଛି ମେଡିକାଲ୍ ବେଡ୍ ରେ…

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ବେଡ୍ ରେ ପଡ଼ି ରହିଛି କୁନି ଝିଅଟିଏ । ଖୋଜୁଛି ବଞ୍ଚିବାର ରାହା । ହେଲେ ମିଳୁନି ଉପଯୁକ୍ତ ସାହା ଭରସା । ନିଜ ପରିବାର ଲୋକ ହିଁ ଦେଲେ ନିର୍ଯାତନା । କଅଁଳ ବୟସରେ ଅଧାଝରା ହୋଇଗଲାଣି ମନ । କ୍ଷୀଣ ହୋଇଗଲାଣି ଶରୀର । କେବଳ ଗୁମୁରି ଗୁମୁରି କାନ୍ଦୁଛି ମା’ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । କୁନି ଝିଅର ଭୁଲ୍ କେବଳ ସେ ଝିଅଟିଏ ହୋଇ ଜନ୍ମ ହୋଇଛି!

ସୂଚନା ଅନୁସାରେ ବାରହଳ ଗ୍ରାମର ବିଲାଲ ଖାଁ ଓ ରିଜୁଆଲ ପରୱିନଙ୍କ ଝିଅ ଆସିଫା ପରୱିନ ଏବେ ମେଡିକାଲ୍ ବେଡ୍ ରେ ଜୀବନ ସହ ସଂଘର୍ଷ କରୁଛନ୍ତି । ଆସିଫାଙ୍କ ବୟସ ୭ ବର୍ଷ । ତେବେ ସେ କୌଣସି ରୋଗରେ ପୀଡ଼ିତା ନୁହନ୍ତି । ବରଂ ମାନସିକସ୍ତରରେ ତାଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା । ଯେଉଁ ଜେଜେମା କୋଳରେ ବସାଇ କାହାଣୀ ଶୁଣାଇବା କଥା ଆଉ ଯେଉଁ ପୀଇସୀମାନେ ତାଙ୍କୁ ସଜେଇଦେବା କଥା; ସେହିମାନେ ହିଁ ଆସିଫାକୁ ଏପରି ନର୍କକୁ ଠେଲି ଦେଇଛନ୍ତି । ଫଳରେ ସେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସେପଟେ ବାପା ବିଲାଲ ଝିଅର କୌଣସି ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି । ୨୦୧୩ ଜାନୁଆରି ୨୧ରେ ବାରହଳ ଗାଁର ବିଲାଲ ଖାଁ ଓ ପିପିଲିର ରିଜୁଆଲ ପରୱିନଙ୍କ ବିବାହ ହୋଇଥିଲା । କିଛି ଦିନ ଖୁସିରେ ଚାଲିଥିଲା ସଂସାର । କିନ୍ତୁ ତା’ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ରିଜୁଆଲଙ୍କ ଉପରେ ନିର୍ଯାତନା ଆରମ୍ଭ କରିଥିଲେ ବିଲାଲଙ୍କ ପରିବାର । କାରଣ ଥିଲା ଯୌତୁକ । ଆଉ ପରେ ରିଜୁଆଲଙ୍କ କୋଳରେ ଜନ୍ମ ହୋଇଥିଲା ଏକ ଶିଶୁକନ୍ୟା । ଯାହାକୁ ନେଇ ବିଲାଲଙ୍କ ପରିବାର ଆହୁରି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ହେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ରିଜୁଆଲ ବାପଘରକୁ ଚାଲି ଆସିବାସହ ନୃଶଂସ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଦୀର୍ଘ ୫ ବର୍ଷ ପରେ ଅର୍ଥାତ ୨୦୨୦ରେ ଆବେଦନ ଛାଡ଼ପତ୍ରକୁ ମିଳିଥିଲା ସ୍ୱୀକୃତି । ତେବେ ଝିଅ ବାପା ପାଖରେ ରହିବାକୁ ରାୟ ହୋଇଥିଲା । ବାପାଙ୍କ ପାଖରେ ଝିଅ ଭଲରେ ରହିବ ବୋଲି ଭାବିଥିଲେ ରିଜୁଆଲ୍ । କିନ୍ତୁ ଏହାର ବର୍ଷକ ପରେ କୁନିଝିଅ ଆସିଫାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତା ଦେହରେ କେତେଖଣ୍ଡ ହାଡ଼ ଅଛି ତାହା ବି ସ୍ପଷ୍ଟ ଦେଖାଯାଉଛି ।

ଗତ ୫ ତାରିଖରେ ଅନ୍ୟ ଲୋକଙ୍କ ଦ୍ୱାରା ବିଲାଲ କହି ପଠାଇଥିଲେ ତମ ଝିଅକୁ ନେଇଯାଅ । ରିଜୁଆଲ ମଧ୍ୟ ଯାଇଥିଲେ । କିନ୍ତୁ ସହଜରେ ଆସିଫାକୁ ଦେଇନଥିଲେ ବିଲାଲଙ୍କ ପରିବାର । ଏକ ପେପରରେ ତାଙ୍କ ସ୍ୱାକ୍ଷର ନେଇ ଝିଅଙ୍କୁ ଛାଡ଼ିଥିଲେ । ଝିଅର ଏପରି ଅବସ୍ତା ହୋଇଥିବାବେଳେ ସାହାଯ୍ୟ ଆଶାରେ ରହିଛନ୍ତି ନିରାଶ୍ରୟା ଆସିଫା ଓ ମା’ ରିଜୁଆଲ୍ ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.