fbpx

ASIଙ୍କ ମୃତ୍ୟୁ : ସ୍ୱାମୀ ଆଣିଲେ ହତ୍ୟାର ଅଭିଯୋଗ

ରାଉରକେଲା : ଉଦିତନଗର ଥାନା ମହିଳା ASIଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏନେଇ ଇଝଓ ଆଲିଶା ନରମି ଲୁଗୁନଙ୍କ ସ୍ୱାମୀ ହତ୍ୟା ଅଭିଯୋଗ ଆଣିଛନ୍ତି । କୁହାଯାଉଛି ଯେ, ଆଲିଶାଙ୍କ ମୃତ୍ୟୁ ଅସୁସ୍ଥତା ଯୋଗୁଁ ହୋଇଛି । କିନ୍ତୁ ଏହା ତାଙ୍କ ସ୍ୱାମୀ ଗ୍ରହଣ କରିନାହାନ୍ତି । ସେ କହିଛନ୍ତି ‘ ଆଲିଶାଙ୍କର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନଥିଲା । ଆଲିଶା ଦୁର୍ଘଟଣାସ୍ଥଳରେ ଡ୍ୟୁଟି କରୁଥରବା ବେଳେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି ।’ ଅନ୍ୟପଟେ ଆଲିଶାଙ୍କ ଗାଲରେ କ୍ଷତ ଚିହ୍ନ ଥିବାର ଦେଖିବାକୁ ମିଳିଥିଲେ । ଏହାକୁ ଦୃଷ୍ଟିରେ ରଖି ଆଲିଶାଙ୍କ ସ୍ୱାମୀ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ସେ କହିଛନ୍ତି ନ୍ୟାୟ ନମିଳିବା ଯାଏଁ ଶବ ଦାହ କରାଯିବ ନାହିଁ ।

Get real time updates directly on you device, subscribe now.