fbpx
BSKY
BJD SHG SKY
BJD YOUTH SKY

ଗାଡ଼ି ଚଳାଇବା ଓ ରୋଷେଇ କରିବା ଏଣିକି ହେଲା ଶସ୍ତା: MGL କମାଇଲା ସିଏନଜି ଓ ପିଏନଜିର ଦାମ୍

ନୂଆଦିଲ୍ଲୀ: ମହାନଗର ଗ୍ୟାସ ଲିମିଟେଡ୍ (ଏମଜିଏଲ) ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଓ ପିଏନଜି (ପାଇପ୍ ନ୍ୟାଚୁରାଲ ଗ୍ୟାସ୍) ଶସ୍ତା କରିଛି । ଅକ୍ଟୋବର ୧ ରେ କମ୍ପାନୀ ସିଏନଜିର ଖୁଚୁରା ମୂଲ୍ୟରେ କିଲୋଗ୍ରାମ ପିଛା ୩ ଟଙ୍କା ଏବଂ ଘରୋଇ ପିଏନଜି ମୂଲ୍ୟରେ ୨ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି ।

ଏନଜିଏଲ(ମହାନଗର ଗ୍ୟାସ ଲିମିଟେଡ୍) ଏକ ବିବୃତ୍ତିରେ କହିଛି ଯେ, ସିଏନଜିର ନୂଆ ମୂଲ୍ୟ କିଲୋଗ୍ରାମ ପିଛା ୭୬.୦୦ ଟଙ୍କା ଏବଂ ଘରୋଇ ପିଏନଜିର ନୂଆ ମୂଲ୍ୟ ଏନସିଏମ ପିଛା ୪୭.୦୦ ଟଙ୍କା ହେବ । ତେବେ ଏମଜିଏଲ ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳକୁ ସିଏନଜି ଏବଂ ପିଏନଜି ଯୋଗାଏ ।

ମହାନଗର ଗ୍ୟାସ ଲିମିଟେଡ ଅନୁଯାୟୀ, ଭାରତ ସରକାରଙ୍କ ଦ୍ୱାରା ଘରୋଇ ଉତ୍ପାଦିତ ହାଇ ପ୍ରେସର ହାଇ ତାପମାତ୍ରା (ଏଚପିଏଚଟି) ପ୍ରାକୃତିକ ଗ୍ୟାସର ମୂଲ୍ୟ ହ୍ରାସକୁ ଏମଜିଏଲ ସ୍ୱାଗତ କରୁଛି । ଏହି ହ୍ରାସ ସାଧାରଣତଃ ପ୍ରାକୃତିକ ଗ୍ୟାସ ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ଘରୋଇ ଏବଂ ପରିବହନ ବିଭାଗରେ ପ୍ରାକୃତିକ ଗ୍ୟାସ ବ୍ୟବହାର ବୃଦ୍ଧି କରିବ ।

Get real time updates directly on you device, subscribe now.